May 13, 2024

ଆସନ୍ତା ୬ ତାରିଖରେ ପୁଣି ଥରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

1 min read

ଆଓରି-ଭୁବନେଶ୍ଵର(୩୧/୦୩) : ଆସନ୍ତା ୬ ତାରିଖରେ ପୁଣି ଥରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଟାର୍ଗେଟରେ ପୂର୍ବ ଭାରତ । ବିଶେଷ କରି ଓଡିଶା ଉପରେ ରହିଛି ବିଜେପିର ନଜର

ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା ବଢିଥିବା ବେଳେ ଏହାକୁ ଆହୁରି ସୁଦୃଢ କରିବା ପାଇଁ ଲଗାତର ଓଡିଶା ଗସ୍ତ କରୁଛନ୍ତି ମୋଦି । କେବଳ ମୋଦି ନୁହନ୍ତି  ଗୋଟିଏ ପରେ ଗୋଟିଏ ହେଭିୱେଟ ନେତା ଓଡିଶା ଆସି ଦଳର ପ୍ରଚାର ପ୍ରସାର କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ସୁନ୍ଦରଗଡ ଆସି ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ଏନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ଆସନ୍ତା ୨ତାରିଖରେ କଳାହାଣ୍ଡି ଆସିବେ ମୋଦି । ଏଠାରେ ମଧ୍ୟ ନିର୍ବାଚନୀ ପ୍ରଚାର କରିବେ ମୋଦି । ଏହାପୂର୍ବରୁ ମାର୍ଚ୍ଚ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଜୟପୁରରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.