ରାଜନୀତି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି ନରେନ୍ଦ୍ର ମୋଦୀ

ଆଓରି(ତା୧|୫)-ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା ସହ  ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । କର୍ଣ୍ଣାଟକର ଚାମରାଜାନଗରଠାରେ ନିର୍ବାଚନୀ ପ୍ରଚାର ରାଲିରେ ଅଭିଭାଷଣ ଦେଇ ମୋଦି କହିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ ମାତ୍ର ନାମକୁ ଆଉ ମୁଁ କାମକୁ । ଏହାସହ ସଂସଦରେ ୧୫ ମିନିଟ କହିବାକୁ ଦେବା ପାଇଁ ରାହୁଲ ଗାନ୍ଧିଙ୍କ ଆହ୍ୱାନର ମୋଦି ଜବାବ ଦେଇଛନ୍ତି । ରାହୁଲ ୧୫ ମିନିଟ ଭାଷଣରେ ମାତ୍ର ୫ ଥର ଶ୍ରୀମାନ ବାସାଭେଶ୍ୱରଙ୍କ ନାମ ଉଚ୍ଚାରଣ କରି ଦେଖାନ୍ତୁ ବୋଲି ମୋଦି ଆହ୍ୱାନ ଦେଇଛନ୍ତି । ଯଦି ତମେ ବାସାଭେଶ୍ୱରଙ୍କ ନାମ ଉଚ୍ଚାରଣ କରିପାରିବ ତେବେ ତମ କଥାରେ କେତେ ଓଜନ ଅଛି ତାହା କର୍ଣ୍ଣାଟକବାସୀ ନିର୍ଣ୍ଣୟ କରିବେ ବୋଲି ମୋଦି କହିଛନ୍ତି। ଉଲ୍ଲେଖ ଯେ କର୍ଣ୍ଣାଟକର ଏକ ନିର୍ବାଚନୀ ରାଲିରେ ରାହୁଲ ଗାନ୍ଧି ବାସାଭେଶ୍ୱରଙ୍କ ନାମ ଠିକ୍‌ରେ ଉଚ୍ଚାରଣ କରିପାରିନଥିଲେ । ପରେ ଏହି ଭିଡ଼ିଓ ଭାଇରାଲ ହୋଇଥିଲା । ନିଜ ଅଭିଭାଷରେ ମୋଦି କଟାକ୍ଷ କରି କହିଥିଲେ ଯେ ରାହୁଲ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଷ୍ପତ୍ତିକୁ ମାନୁନଥିଲେ, ଏବେ କିଛି ନହେଲେ ନିଜ ମାଆ କଥା ମାନନ୍ତୁ । ସେହିପରି ମୋଦି ରାହୁଲଙ୍କୁ ଆହ୍ୱାନ ଦେଇଛନ୍ତି ଯେ ବିନାକାଗଜର କଂଗ୍ରେସ ଅଧ୍ୟକ୍ଷ ୧୫ ମିନିଟ୍‌ ସିଦ୍ଧରମୈୟା ସରକାରଙ୍କ ସଫଳତାର ବିଷୟ ବଖାଣନ୍ତୁ । କାଗଜ ଲେଖା ନଦେଖି ରାହୁଲ ୧୫ ମିନିଟ ହିନ୍ଦୀ, ଇଂରାଜୀ, ନିଜ ମାତୃଭାଷାରେ କିମ୍ବା ଅନ୍ୟ କୌଣସି ଭାଷାରେ କହି ଦେଖାନ୍ତୁ ବୋଲି ମୋଦି କହିଛନ୍ତି । ଅନୁରୂପ ଭାବେ ମୋଦି କଟାକ୍ଷ କରିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ୧୫ ମିନିଟ କହିଲେ ମୋଦି ବସିପାରିବେ ନାହିଁ । କଂଗ୍ରେସ ଅଧ୍ୟକ୍ଷ ନାମଦାର ଆଉ ମୁଁ କାମଦାର । ମୁଁ ଭଲ କପଡ଼ା ବି ପିନ୍ଧିପାରିବ ନାହିଁ, ଆପଣଙ୍କ ଆଗରେ କେମିତି ବସିବି । ଆମେ ନମଦାରଙ୍କ ଅତ୍ୟାଚାର ସହିଛୁ ଓ ଏହି ସହିବାର ଶକ୍ତିକୁ ବଢାଇ ଚାଲିଛୁ । ପ୍ରକାଶଯୋଗ୍ୟ ଯେ ଅପ୍ରେଲ ୧୭ରେ ଅମେଥିଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ରାହୁଲ କହିଥିଲେ ଯେ ମୋତେ ସଂଦରେ ୧୫ ମିନିଟ୍ କହିବାକୁ ସୁଯୋଗ ଦିଆଯାଉ। ମୋଦି ମୋ ୧୫ ମିନିଟ ଭାଷଣର ସାମ୍ନା କରିପାରିବେ ନାହିଁ କି ବସିପାରିବେ ନାହିଁ । ମୋଦିଙ୍କ ଆଗରୁ ମୋତେ ୧୫ ମିନିଟ ରାଫେଲ ରାଜିନାମା ଉପରେ କହିବାକୁ ଦିଆଗଲେ ମୋଦି ସଂସଦରେ ଛିଡ଼ା ହେବାକୁ ଡରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button