ଦୀର୍ଘ ବର୍ଷର ବ୍ୟବଧାନ ପରେ ତେଲୁଗୁ ଚଳଚ୍ଚିତ୍ରରେ ନଜର ଆସିବେ ନନ୍ଦିତା ଦାସ
1 min read
ଆଓରି-ମୁମ୍ବାଇ(୨୮/୦୮): ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ ତେଲୁଗୁ ଚଳଚ୍ଚିତ୍ର ‘ଭିରତାପରଭମ୍’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସାଇ ପଲ୍ଲବୀ ଏବଂ ରାଣା ଦଗୁବତି ମୁଖ୍ୟ ଭୂମିକାରେ ଅବତ୍ତୀର୍ଣ୍ଣ ହେବେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଭେନୁ ଉଦୁଗୁଲା। ଅନେକ ବର୍ଷ ପରେ ନନ୍ଦିତା ପୁଣି ଥରେ ତେଲୁଗୁ ସିନେମାରେ ଦେଖିବାକୁ ମିଳିବେ। ତେଲୁଗୁ ସିନେମାରେ ସେ ଶେଷ ଥର ପାଇଁ ୨୦୦୬ ମସିହାରେ ‘କମଲି’ରେ ଅଭିନୟ କରିଥିଲେ।
ଏହି ଚଳଚ୍ଚିତ୍ରରେ ଚରିତ୍ର ପାଇବା ପରେ ନନ୍ଦିତା କହନ୍ତି, ‘ଚଳଚ୍ଚିତ୍ରଟିର ସୁଟିଂ ଶେଷ ହୋଇଛି। ଏପରିକି ଦୀର୍ଘ ବର୍ଷ ଧରି ମୁଁ ଯେଉଁ ଭାଷା ସହ ଜଡ଼ିତ ନ ଥିଲି ସେହି ଭାଷାରେ ହୋଇଛି। ଥରେ ମୁଁ ସେଟ୍ରେ ପହଞ୍ଚିବା ପରେ ପୂରା ବାତାବରଣଟି ଏପରି ଥିଲା ଯେ ମୁଁ ପୂରା ଆନନ୍ଦର ସହ ଚଳଚ୍ଚିତ୍ର ସୁଟ୍ କରିଛି। ଛୋଟ ହେଲେ ବି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ମିଳିଛି। ନିର୍ଦ୍ଦେଶକ ଓ କ୍ରିୟୁ ମେମ୍ବରମାନେ ଖୁବ୍ ମିଶାଣିଆ ସ୍ୱଭାବର। ଦ୍ୱିତୀୟ ପର୍ଯ୍ୟାୟରେ ରାଣା ଦଗୁବତିଙ୍କ ସହ ଅଭିନୟ କରିବାକୁ ମୁଁ ଅପେକ୍ଷା କରିଛି।’ ଉଲ୍ଲେଖଯୋଗ୍ୟ, ‘ଭିରତାପରଭମ୍’ ଚଳଚ୍ଚିତ୍ରଟିର ବିଷୟବସ୍ତୁ ନକ୍ସଲ ଆଧାରିତ।