March 28, 2023

ମୋଦୀଙ୍କ ଭାଷଣ ଦେବା ଦକ୍ଷତାକୁ ପ୍ରଶଂସା କଲେ ନାନ୍‌ସି ପିଲୋସି

1 min read

ଆଓରି-ନୂଆଦିଲ୍ଲୀ(୧୨/୦୭) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେବଳ ଭାରତରେ ସିମିତ ନୁହେଁ । ମୋଦିଙ୍କୁ ଦେଶ ବାହାରେ ମଧ୍ୟ ଖୁବ ପ୍ରଶଂସା କରନ୍ତି । ତେବେ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌ସ୍‌ର ବାଚସ୍ପତି ନାନ୍‌ସି ପିଲୋସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଦେବା ଦକ୍ଷତାକୁ ପ୍ରସଂଶା କରି କହିଛନ୍ତି ଯେ ଏଇ ଭାରତୀୟ ନେତାଙ୍କ ଭାଷଣ ଆକର୍ଷଣୀ ଏବଂ ସେ ଲୋକମାନଙ୍କୁ ନିୟନ୍ତ୍ରଣ କରିପାରନ୍ତି ।

ଆମେରିକା-ଭାରତ ଷ୍ଟ୍ରଟେଜିକ୍‌ ପାର୍ଟନର୍‌ସିପ୍‌ ଫୋରମ୍‌ ଦ୍ୱିତୀୟ ବାର୍ଷିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଜନ୍‌ ଚାମ୍ବର୍ସଙ୍କ ସହ କଥାବାର୍ତ୍ତା କରିବାବେଳେ ସେ କହିଲେ ଯେ, ରାଷ୍ଟ୍ରପତି ଓବାମାଙ୍କ ସହ ଭାରତ ଗସ୍ତ କରିବାର ସୁଯୋଗ ପାଇଥିଲି। ବ୍ୟବସାୟୀ ସମ୍ପ୍ରଦାୟଙ୍କ ସହ ରାଷ୍ଟ୍ରପତି ଓବାମା ଏବଂ ପ୍ରଧାନମନ୍ତ୍ରୀ ମୋଦୀ କଥାବାର୍ତ୍ତା ପରେ ଆମେ ଯେଉଁ କୋଠରିକୁ ଗଲୁ ସେଠାକୁ ଦୁଇ ନେତା ମଧ୍ୟ ଗଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଚମତ୍କାର ଭାଷଣ ଦେଲେ, ସେ ଭଳି ଭାଷଣ ମୁଁ କେବେ ଶୁଣି ନ ଥିଲି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.