ରାଜନୀତି

ପିସିସିରେ ନବକଳେବର ଖୁବ୍‌ ଶୀଘ୍ର: ପ୍ରସାଦ

ଆଓରି(ତା୧୫|୪)- ନୂଆ ବର୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସାଂଗଠନିକ ସ୍ତରରେ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ଅଛି। କଂଗ୍ରେସର ଦଳର ନବକଳେବର ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେବା ପରେ ଏହି ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଗୋଷ୍ଠୀକନ୍ଦଳରେ ଛନ୍ଦି ହୋଇପଡ଼ିଥିବା ରାଜ୍ୟ କଂଗ୍ରେସରୁ ବହୁ ଆଗଧାଡ଼ିର ନେତା ଦଳ ଛାଡ଼ି ଅନ୍ୟଦଳରେ ମିଶିଛନ୍ତି। ସେହିପରି କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁର ଉପନିର୍ବାଚନରେ ଦିବଗଂତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ନିଜ ପକ୍ଷକୁ ଆଣିବା ସହିତ ସେଠାରେ ତାଙ୍କୁ ବିଜେଡି ଟିକେଟ୍‌ରେ ଜିତାଇଥିଲା। ଅପରପକ୍ଷରେ ସେଠାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା। ରାଜ୍ୟ କଂଗ୍ରେସରେ କ୍ରମାଗତ ଭାବେ ବିବାଦ ଓ ଅସ୍ଥିରତା ବଢ଼ିଚାଲିଥିବା ବେଳେ ନିକଟରେ ଓଡ଼ିଶା ପ୍ରଭାରୀ ହରିପ୍ରସାଦଙ୍କୁ ପରିବର୍ତ୍ତନ କରାଯାଇଥିଲା। ତାଙ୍କ ସ୍ଥାନରେ ନିଯୁକ୍ତ ଜିତେନ୍ର୍ି ସିଂହ ନିଯୁକ୍ତି ହେବା ପରେ ନେତା ଓ କର୍ମୀ ମହଲରେ କିଛିଟା ଆଶା ସଞ୍ଚାର ହୋଇଛି। ଏହି ଅବସରରେ ତୃଣମୂଳ ସ୍ତରରୁ କଂଗ୍ରେସରେ ବଡ଼ ଧରଣର ଅଦଳବଦଳହୋଇପାରେ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button