ଜାତୀୟ

ଏନ୍‌ବିଡବ୍ଲ୍ୟୁ ଜାରି ହେଲା ନୀରବ, ଚୋକ୍‌ସୀଙ୍କ ବିରୋଧରେ

ଆଜିର ଓଡିଶା (ତା୯|୪)-ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩,୦୦୦ କୋଟି ଟଙ୍କାର ଋଣ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଏବଂ ମେହୁଲ ଚୋକ୍‌ସୀଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଛି। ବମ୍ବେର ସିବିଆଇ ନ୍ୟାୟାଳୟ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି। ନୀରବ ମୋଦି ଏବଂ ତାଙ୍କ ସମ୍ପର୍କୀୟ ମାମୁ ମେହୁଲ ଚୋକ୍‌ସୀ ପିଏନ୍‌ବିର କେତେକ ଅସାଧୁ କର୍ମଚାରୀଙ୍କ ସହ ମିଳିତ ହୋଇ ବେଆଇନ ଲେଟର ଅଫ୍‌ ଅଣ୍ଡରଟେକିଂ (ଏଲ୍‌ଓୟୁ) ଯୋଗେ ଏହି ଭଳି ବଡଧରଣର ବ୍ୟାଙ୍କ ଜାଲିଆତି କରିବାରେ ସକ୍ଷମ ହୋଇଥିଲେ। ଏତେ ବଡଧରଣର ଦୁର୍ନୀତିରେ ସମ୍ପୃକ୍ତ ଥାଇ ମଧ୍ୟ ସେମାନେ ବିଦେଶକୁ ପଳାୟନ କରିବାକୁ ସକ୍ଷମ ହୋଇଛନ୍ତି। ପିଏନ୍‌ବିର ବମ୍ବେ ଶାଖାରୁ ବେଆଇନ ଏଲଓୟୁ ଯୋଗେ ୨୦୧୧ଠାରୁ ନୀରବ ଏବଂ ଚୋକ୍‌ସୀଙ୍କ ପ୍ରମୋଟର୍‌ ଫାର୍ମକୁ ମଞ୍ଜୁର କରାଯାଉଥିଲେ ହେଁ ବ୍ୟାଙ୍କର ଅଡିଟ ବ୍ୟବସ୍ଥା ତଥା ରିଜର୍ଭ ବ୍ୟାଙ୍କ ମଧ୍ୟ ଏ ସମ୍ପର୍କରେ ଜାଣିବା ଲାଗି ସକ୍ଷମ ହୋଇପାରି ନ ଥିଲା।
ଉକ୍ତ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଭଳି ପ୍ରମୁଖ ସରକାରୀ ଏଜେନ୍ସିଗୁଡିକ ତଦନ୍ତ ଜାରି ରଖିଛନ୍ତି। ପିଏନ୍‌ବି ମାମଲା ଦେଶର ସର୍ବବୃହତ୍‌ ବ୍ୟାଙ୍କିଙ୍ଗ ଠକେଇ ହୋଇଥିବା ବେଳେ ମାମୁ, ଭଣଜାଙ୍କ ବିରୋଧରେ ବାରମ୍ବାର ସମନ ଜାରି ହୋଇଥିଲେ ମଧ୍ୟ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ହାଜର ହୋଇ ନାହାନ୍ତି। ନୀରବ, ତାଙ୍କ ଫାର୍ମ ଏବଂ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଇଡି ପୃଥକ୍‌ ଭାବେ ଦୁଇଟି ବେଆଇନ ଅର୍ଥ ଚାଲାଣ ମାମଲା ରୁଜୁ କରିଛି। ସେହିଭଳି ସିବିଆଇର ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ଇଡି ଏହିଭଳି ମାମଲା ରୁଜୁ କରିଛି। ୨୦୧୧ରୁ ପିଏନ୍‌ବିରେ ଏପରି ବେଆଇନ କାରବାର ଚାଲୁଥିବା ବେଳେ ୨୦୧୮ରେ ଏହା ସର୍ବସମ୍ମୁଖକୁ ଆସିଥିଲା। ପିଏନ୍‌ବି ଉକ୍ତ ମାମଲାକୁ ନେଇ ଅଭିଯୋଗ କରିବା ପରେ ଏହି ଜାଲିଆତି ସାମ୍ନାକୁ ଆସିଥିଲା।
ଉକ୍ତ ମାମଲାରେ ନୀରବ ଏବଂ ଚୋକ୍‌ସୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଇଡି ସେମାନଙ୍କ ସମ୍ପତ୍ତି ଏବଂ ଜୁଏଲେରୀ ଜବତ କରିଛି। ଏହା ବାଦ୍‌ ଆୟକର ବିଭାଗ ମଧ୍ୟ ବିଭିନ୍ନ ସ୍ଥାନରେ ରହିଥିବା ନୀରବ ଏବଂ ଚୋକ୍‌ସୀଙ୍କ ସମ୍ପତ୍ତିକୁ ଜବତ କରିଛି। ସିବିଆଇ ଉକ୍ତ ମାମଲାରେ ନୀରବଙ୍କ କମ୍ପାନୀର ବିଭିନ୍ନ ଅଧିକାରୀଙ୍କୁ ଜେରା କରୁଛି। ନୀରବ ଏବଂ ଚୋକ୍‌ସୀ ଗତ ଜାନୁୟାରୀରେ ଦେଶ ଛାଡି ପଳାୟନ କରିଥିବା ବେଳେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁ ନାହାନ୍ତି। ସେମାନଙ୍କ ପାସ୍‌ପୋର୍ଟ ମଧ୍ୟ ରଦ୍ଦ କରାଯାଇଛି। ଉକ୍ତ ମାମଲାରେ ସିବିଆଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ନର ଏଚ୍‌.ଆର୍‌. ଖାନ୍‌ଙ୍କ ସମେତ ୩ ସିଜିଏମ୍‌ ଏବଂ ଜଣେ ଜିଏମ୍‌ଙ୍କୁ ପଚରାଉଚରା କରି ସାରିଛ

Related Articles

Leave a Reply

Your email address will not be published. Required fields are marked *

Back to top button