ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିକୁ ସହିଦ ଯବାନଙ୍କ ପାଇଁ ୧୧୦ କୋଟି ଟଙ୍କା ଦାନ କରିବେ ମୁର୍ତାଜ୍ ଏ. ହମିଦ୍
1 min read
ଆଓରି-ନୂଆଦିଲ୍ଲୀ(୦୪/୦୩) : ସମ୍ପ୍ରତି ମୁମ୍ବାଇରେ ବସବାସ କରୁଥିବା ରାଜସ୍ଥାନ ଅନ୍ତର୍ଗତ କୋଟାର ମୂଳ ବାସିନ୍ଦା ୪୪ ବର୍ଷିୟ ମୁର୍ତାଜ୍ ଏ. ହମିଦ୍ ପୁଲ୍ଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଙ୍ଗଳ ଲାଗି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିକୁ ନିଜ ଟିକସ ଦେୟ ସମ୍ପତ୍ତିରୁ ୧୧୦ କୋଟି ଟଙ୍କା ଦାନ କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇ-ମେଲ୍ ଦେଇ ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ୍ କରିବାକୁ ସମୟ ମାଗିଛନ୍ତି। ଜନ୍ମାନ୍ଧ ହମିଦ କୋଟାସ୍ଥିତ ସରକାରୀ ବାଣିଜ୍ୟ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି। ସମ୍ପ୍ରତି ସେ ଜଣେ ଗବେଷକ ଓ ବୈଜ୍ଞାନିକ ଭାବେ ମୁମ୍ବାଇରେ କାର୍ଯ୍ୟରତ।
ଜାତୀୟ ରିଲିଫ୍ ଫଣ୍ଡ୍ର ସଚିବ ଅଗ୍ନି କୁମାର ଦାସ ଅଲିଙ୍କୁ ନିଜର ପ୍ରୋଫାଇଲ୍ ପଠାଇବାକୁ କହିଛନ୍ତି। ସହିଦଙ୍କୁ ଦାନ କରିବାକୁ କାହିଁକି ସେ ଉଦ୍ବୁଦ୍ଧ ହେଲେ ବୋଲି ପଚରାଯିବାରୁ ସେ କହିଲେ, ଆମ ମାତୃଭୂମି ଲାଗି ଜୀବନ ଦେଇଥିବା ସହିଦଙ୍କୁ ସହାୟତା ଓ ସମର୍ଥନ କରିବାକୁ ପ୍ରେରଣା ଦେଶର ସମସ୍ତ ନାଗରିକଙ୍କ ରକ୍ତରେ ଥିବା କଥା।