ମନୋରଞ୍ଜନ

ଚଳଚ୍ଚିତ୍ର ସମ୍ବାଦ ପତ୍ରିକା ବାଣୀଚିତ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ଆ.ଓ.ରି(ତା୩୧|୫)-ପ୍ରମୁଖ ଚଳଚିତ୍ର ସମ୍ବାଦ ପତ୍ରିକା ବାଣୀଚିତ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ବୁଧବାର ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଆ ନାଟକ ରଚନା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଠ ନାଟ୍ୟକାର ବିଜୟ ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା।

ଏହା ସହିତ ଓଡିଶାର କଳା, ସାହିତ୍ୟ, ଚଳଚିତ୍ର,ଯାତ୍ରା, ନୃତ୍ୟ, ସଂଗୀତ, ଟିଭି ସିରିଏଲ ଓ ସମାଜସେବା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୭ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ବାଣୀଚିତ୍ର ସୁବର୍ଣ୍ଣ ଜୟନ୍ତୀ ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିବା ସହିତ ବାଣୀଚିତ୍ର ପତ୍ରିକାର ସୁବର୍ଣ୍ଣ ଜୟନ୍ତୀ ବିଶେଷାଙ୍କ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button