ଜିଲ୍ଲା

ମଦର ଟେରେସାଙ୍କ ନାମରେ ସତ୍ୟନଗର ଫ୍ଲାଇ ଓଭର

ଅ‍ାଜିର ଓଡ଼ିଶା ବ୍ୟୁରୋ, ଭୁବନେଶ୍ବର:


ରବିବାର ଦିନ ଭାଟିକାନ ସିଟିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରୋମନ କାଥେଲିକ୍‌ ଚର୍ଚ୍ଚରେ ପୋପ୍‌ ଫ୍ରାନସିସ୍‌ ମଦର ଟେରେସାଙ୍କୁ ସନ୍ଥ ଉପାଧିରେ ଭୂଷିତ କରିଛନ୍ତି।

ଅନ୍ୟପକ୍ଷରେ  ରବିବାର ଭୁବନେଶ୍ୱରର ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ   ନବେଲ ପୁରସ୍କାର ବିଜେତା ମଦର ଟେରେସା ନାମରେ ନାମିତ କରାଯାଇ ‘ସନ୍ଥ ମଦର ଟେରେସା ମାର୍ଗ’ ରଖିବାକୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ମଦର ଟେରେସାଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି।

ଓଡ଼ିଶା କ୍ୟାଥୋଲିକ୍‌ ବିଶପ୍‌ ପରିଷଦ (ଓସିବିସି) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଓ ଅନୁରୋଧ କ୍ରମେ ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାର ନାମ ‘ସନ୍ଥ ମଦର ଟେରେସା ମାର୍ଗ’ ଭାବେ ନାମକରଣ କରାଯାଇଛି।

ମଦର ଟେରେସା ୧୯୭୪ମସିହାରେ ଭୁବନେଶ୍ୱର ବୁଲିବାକୁଆସିଥିଲେ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ରାଜ୍ୟପାଳ ଆକବର ଅଲ୍ଲୀ ଖାନ୍‌ଙ୍କୁ ଭେଟିଥିଲେ। ଓଡ଼ିଶା ତାଙ୍କୁ ଖୁବ୍‌ ଭଲ ଲାଗିଥିଲା। ଏହା ପରେ ସେ ଅନେକ ଥର ଭାରତ ବୁଲିବାକୁ ଆସିଥିଲେ। ଓଡ଼ିଶାରେ ମଦର ଟେରେସା  ମିସିନାରୀ ଅଫ୍‌ ଚାରିଟି ନାମରେ  ୧୮ଟି ସଂସ୍ଥା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button