ଜାତୀୟ

ଭାରତ କେ ବୀର ଆକାଉଣ୍ଟରେ ପ୍ରତିଦିନ ଜମା ହେଉଛି ଲକ୍ଷାଧିକ ଟଙ୍କା

ଆଓରି-ନୂଆଦିଲ୍ଲୀ(୦୬/୦୩) : କାଶ୍ମୀରର ପୁଲଓ୍ୱାମା ହମ୍‌ଲା ଘଟଣାରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କ ପ୍ରତି ଦେଶବାସୀଙ୍କ ଅନେକ ମମତା ଓ ଭଲପାଇବା ଓ ତାଙ୍କ ପରିବାର ପ୍ରତି ସହାନୁଭୁତି ରହିଛି । ଫଳରେ ସହିଦଙ୍କ ପରିବାର ପ୍ରତି ସାରା ଦେଶବାସୀ ସାହାଯ୍ୟର ହାତ ବଢାଇଛନ୍ତି । ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବା ପ୍ରତି ଆଜି ସାରା ଦେଶ ସମବେଦନା ଜଣାଉଛି ।

ସହିଦ ଯବାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଦେବା ଉଦ୍ଦେଶ୍ୟରେ ‘ଭାରତ କେ ବୀର’ ନାଁରେ ଖୋଲାଯାଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରତିଦିନ ଜମା ହେଉଛି ଲକ୍ଷ ଲକ୍ଷ ଟଙ୍କା । ଏବେ ସୁଦ୍ଧା ପ୍ରାୟ ୮୦କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି । ଏହି ଟଙ୍କା ଦେଶବାସୀ ନିଜ ଇଚ୍ଛାରେ ଓ ଖୁସିରେ ପ୍ରଦାନ କରିଛନ୍ତି । ଗତ ଫେବୃୟାରୀ ୧୪ରେ ପୁଲୱାମା ଆକ୍ରମଣ ଘଟଣା ପରେ ସାଧାରଣ ଜନତା ସହିଦ ଯବାନଙ୍କ ପରିବାରକ ଏହି ଟଙ୍କା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଗତ ୨ ବର୍ଷରେ ଲୋକ ୨୦ କୋଟି ଟଙ୍କା ଆର୍ଥିକ ସହଯୋଗ କରିଥିଲେ ।

ଭାରତ କେ ବୀର ସହିତ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦେଶର ସାଧାରଣ ଜନତା ଯେଉଁଭଳି ଭାବରେ ସହିଦ ଯବାନଙ୍କ ପରିବାରକୁ ସହଯୋଗ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଏବଂ ଯେଉଁ ପରିବାର ନିଜର ସୁଯୋଗ୍ୟ ସନ୍ତାନକୁ ହରାଇଛି, ସେମାନେ ଏବେ ଭାବୁଛନ୍ତି, ତାଙ୍କ ସହିତ ସାରା ଦେଶବାଶୀ ଛିଡ଼ା ହୋଇଛନ୍ତି ।

ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି, ଲୋକଙ୍କର ସହଯୋଗ ପ୍ରକ୍ରିୟା ଜାରି ରହିଛି । ପ୍ରତି ଦିନ ଭାରତ କେ ବୀର ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସୁଛି । ଅନ୍ୟପଟେ ସିଆରପିଏଫ ଟୁଇଟର ଆକାଉଣ୍ଟର ଫଲୋଅର୍ସ ସଂଖ୍ୟା ୭୫ ହଜାର ରହିଥିବା ବେଳେ ଏବେ ୪ ଲକ୍ଷ ୨୫ ହଜାରରେ ତାହା ପହଞ୍ଚିସାରିଛି । ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ଯବାନଙ୍କ ପ୍ରତି ଦେଶବାସୀଙ୍କର ଅନେକ ସମ୍ମାନ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button