![New cases increase in India Aajira Odisha](http://www.aajiraodisha.org/wp-content/uploads/2021/05/New-cases-increase-in-India-Aajira-Odisha.jpg)
ଆଓରି-ନୂଆଦିଲ୍ଲୀ(୨୫/୦୫) : କରୋନା ସଂକ୍ରମଣରେ ବଢିଚାଲିଛି ମୃତ୍ୟୁ ସଂଖ୍ୟା। ଏଭଳି ସ୍ଥିତିରେ ଦେଶରେ ସଂକ୍ରମଣ ହାର କ୍ରମଶଃ କମିଥିବା ଦେଖିବାକୁ ମିଳିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଓ ଏବେ ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୧୧ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୂଚନା ମିଳିଛି।
କରୋନାକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଗତିକରୁଥିବାବେଳେ ଦେଶରେ ସଂକ୍ରମଣ ସଂଖ୍ୟା କମୁଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।