ଜାତୀୟ

ବିମାନ ଦୁର୍ଘଟଣାରେ ଚାଲିଗଲା ଶହେରୁ ଅଧିକ ଯାତ୍ରୀଙ୍କ ଜୀବନ

ଆ.ଓ.ରି(ତା୧୯|୫)-କ୍ୟୁବାରେ ବୋଇଂ ବିମାନ ୭୩୭ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ କ୍ର୍ୟୁ ମେମ୍ବରଙ୍କ ସହ ଶହେରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ହାବାନାର ଜୋସ୍  ମାର୍ଟି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ଉଡାଣର କିଛି ସମୟ ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯିବା ସହ ସ୍ଥାନୀୟ ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା।ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣଙ୍କୁ ଉଦ୍ଧାର କରାଯାଇଛି।  ଦୁର୍ଘଟଣାଗ୍ରସ୍ତ ବିମାନର ଯନ୍ତ୍ରାଂଶ ପାଖାପାଖି ୨୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବିକ୍ଷୀପ୍ତ ହୋଇପଡିଥିଲା। ଜରୁରୀକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ କରାଯାଇଛି। ବିମାନଟି କ୍ୟୁବାର ହୋଲ୍‌ଗୁଇନ୍‌କୁ ଯାଉଥିଲା ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button