ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ ! ପ୍ରଥମେ ଦକ୍ଷିଣ-ଉପକୂଳରେ ବର୍ଷିବ
1 min read
ଆଓରି-ଭୁବନେଶ୍ୱର(୧୫/୦୬): ତାତିରୁ ମିଳିବ ତ୍ରାହି । ଆସନ୍ତା 24 ରୁ 48 ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ବାତ୍ୟା ବାୟୁ ଯୋଗୁଁ ଓଡ଼ିଶାରେ ମୌସୁମୀ ଆସିବାରେ ବିଳମ୍ବ ହେଇଥିଲା । ତବେ ଘରୋଇ ପାଣିପାଗ ବିଭାଗ ସ୍କାଏମେଟ୍ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଦୁଇ ଦିନ ମଧ୍ୟ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ଦିଗରୁ ମୌସୁମୀ ବାୟୁ ଆସୁଥିବାରୁ ପ୍ରଥମେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଦେଖାଯିବ ବୋଲି କୁହାଯାଉଛି । ଓଡ଼ିଶାରେ ମୌସୁମୀ ବର୍ଷାର ପରିମାଣ ଅଧିକା ହେବାର ସମ୍ଭାବନା ରହିଥିବା ମଧ୍ୟ ଅନୁମାନ କରାଯାଉଛି ।
ତେବେ ସାରା ରାଜ୍ୟ ଗତ ଦୁଇ ଦିନ ଧରି ତାତିରେ ଫୁଟୁଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ପାଗ ଟିକେ କୋହଲା ରହିଛି । ତେବେ କୋହଲା ପାଗ ଯୋଗୁଁ ରଜର ମଜା ଉଠାଇଛନ୍ତି ଲୋକେ । କିନ୍ତୁ ଖରା ସିନା କମ୍ ରହିଛି ହେଲେ ଗୁଳୁଗୁଳି ଅସହ୍ୟ ହେବାରେ ଲାଗିଛି ।
ପୂର୍ବରୁ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ରଜ ପରେ ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବ ଅନୁମାନ କରାଯାଇଥିଲା । ଯାହା ଏବେ ସତ ହୋଇଛି । ଅନ୍ୟପଟେ ମୌସୁମୀ ଆଗମନକୁ ନେଇ ପାଣିପାଗ ବିଶେଷଜ୍ଞ ଯାହା ମତ ଦେଇଥିଲେ ତାହା ସତ ହୋଇଛି । ସାରା ରାଜ୍ୟ ଚାତକ ଭଳି ବର୍ଷାକୁ ଚାହିଁ ରହିଥିବା ବେଳେ ବାୟୁ ଯୋଗଁ ମୌସୁମୀ ବିଳମ୍ବରେ ପହଞ୍ଚିବାକୁ ଯାଉଛି ।