April 16, 2024

ଦିଲ୍ଲୀରେ ବାଜପେୟୀଙ୍କ ୯୪ତମ ଜନ୍ମ ଦିବସ ପାଳନ କଲା ମୋଦୀ ସେନାନୀ

1 min read

ଆଓରି- ନୂଆଦିଲ୍ଲୀ(୨୬.୧୨) ଦେଶର ଲୋକପ୍ରିୟ ନେତା ଭାରତରତ୍ନ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମ ଦିବସ ଉପଲକ୍ଷେ ଦିଲ୍ଲୀରେ ମୋଦୀ ସେନାନୀର ସ୍ଥାପନା କରାଯାଇଛି|ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦିଲ୍ଲୀ ଏନସିଆର ସବୁ ଅଞ୍ଚଳରୁ ଶତାଧିକ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ ଯୋଗ ଦେଇ ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କୁ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରି ମୋଦୀ ସେନାନୀ ଗଠନ କରାଯାଇଥିଲା |

ମୋଦୀ ସେନାନୀ ମୂଳ ଲକ୍ଷ ହେଉଛି ଯେ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ମୂଳକ ଯୋଜନା ଗୁଡିକୁ ଜନସାଧାରଣଙ୍କ ମଧ୍ୟରେ ସଚେତନ କରାଇବା |ଏହି ଉପଲକ୍ଷେ ଏକ ମିସ୍ସଡ କଲ ନମ୍ବର “୯୫୩୩୩୨୨୦୦୦“ମଧ୍ୟ ଲଞ୍ଚ କରାଯାଇଛି | ଏହି ନମ୍ବରରେ ମିସ୍ସଡ କଲ୍ ପରେ ଜଣେ ବିଦ୍ଧିବଦ୍ଧ ଭାବେ ମୋଦୀ ସେନାନୀର ସଦସ୍ୟ ହେବେ| ତତ୍ପରେ ମୋଦୀ ସେନାନୀର ସ୍ଵୟଂସେବକମାନେ ସଦସ୍ୟମାନଙ୍କୁ ପରବର୍ତ୍ତୀ ସୂଚନା ଓ ପରାମର୍ଶ ଯୋଗାଇଦେବେ ବୋଲି ଏହି ପଦକ୍ଷେପର ସଂସ୍ଥାପକ ଶ୍ରୀ ସଂଗ୍ରାମ ଧର କହିଥିଲେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.