ରାଜନୀତିରାଜ୍ୟ

ଶାହାଜାହାଁପୁର ଠାରେ କିସାନ କଲ୍ୟାଣ ରାଲିରେ ଯୋଗଦେଲେ ଶ୍ରୀ ନରେନ୍ଦ୍ର ମୋଦୀ

ଆଜି ଉତ୍ତରପ୍ରଦେଶସ୍ଥିତ ଶାହାଜାହାଁପୁର ଠାରେ ଅନୁଷ୍ଠିତ ହେଇଥିବା କିସାନ କଲ୍ୟାଣ ରାଲିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ | ଶ୍ରୀ ମୋଦି ତାଙ୍କ ବ୍ୟକ୍ତ ପ୍ରକାଶ କରି କହିଛନ୍ତି ଯେ ପୂର୍ବ ସରକାରଙ୍କ କୃଷକ ମାନଙ୍କ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ସଫଳ ପ୍ରୟାସ ନଥିଲା |  ସେମାନେ କେବଳ ବୃଥା ପ୍ରଳାପ କରୁଥିଲେ |

ଶାହାଜାହାଁପୁର ରୋଜାସ୍ଥିତ ରେଳ ପଡିଆ ଠାରେ କିସାନ କଲ୍ୟାଣ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୪ବର୍ଷ ମଧ୍ୟରେ ସରକାର କୃଷକ ମାନଙ୍କ ହିତ ପାଇଁ ବହୁତ ପଦକ୍ଷପ ନେଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ କିଛି ଦିନ ମଧ୍ୟରେ ୧୪ଟି ଫସଲ ର ସର୍ବନିମ୍ନ ମୂଲ୍ୟ ୨୦୦ ଟଙ୍କାରୁ ୧୮୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି |

କିଛିଦିନ ପୂର୍ବରୁ ଦେଶର ଆଖୁ ଚାଷୀଙ୍କୁ ଦିଲ୍ଲୀରେ ଭେଟି କହିଥିଲେ ଯେ ସେମାନଙ୍କ ପାଇଁ ସରକାର ବହୁତ କିଛି ପ୍ରୟାସ କରୁଛି ଯାହାକି ଆଗକୁ ଫଳପ୍ରଦ ହେବାକୁ ଯାଉଛି ଏବଂ ସେମାନଙ୍କ ପାଉଣା ପଇଠକୁ ଆଖି ଆଗରେ ରଖି ପୂର୍ବ ସରକାରଙ୍କ ତୁଳନାରେ ବାକି ରହିଥିବା କରକୁ କମ କରିବା ଲାଗି ସରକାର ପ୍ରୟାଶ କରୁଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button