April 19, 2024

୫ଟି ଦାବି ନେଇ ଚାନ୍ଦବାଲି ତହସିଲ ଅଫିସ ଘେରାଉ କଲା ମୋଦୀ ସେନା

1 min read

ଆଓରି-ଭୁବନେଶ୍ଵର(୨୫/୦୬) : ଚାନ୍ଦବାଲିରେ ଲାଗି ରହିଥିବା ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୋଦୀ ସେନା ପକ୍ଷରୁ ୫ଟି ଦାବି ନେଇ ତହସିଲ ଅଫିସ ଘେରାଉ କରାଯାଇଛି । ଚାନ୍ଦବାଲି ଶିଳ୍ପ ପ୍ରତିଷ୍ଠାନ ଆଦାନୀ ପୋର୍ଟରେ ବେକାରୀ ଯୁବକ ଯୁବତୀମାନଙ୍କୁ କର୍ମ ନିଯୁକ୍ତି, ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଚାନ୍ଦବାଲି ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ନିଯୁକ୍ତି, ଚାନ୍ଦବାଲିରେ ବିପଦପୂର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ ବୈତରଣୀ ସେତୁ ମରାମତି ଆଦି ୫ ଦଫା ଦାବି ନେଇ ମୋଦିସେନା ଏହାର ସମାଧାନ ଦାବି କରିବା ସହ ପ୍ରତିବାଦ ସୂରୁପ ତହସିଲ ଅଫିସ ଘେରାଉ କରି ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛି ।

ଏହି ଘେରାଉ କାର୍ଯକ୍ରମରେ ମୋଦୀ ସେନାକୁ ସମର୍ଥନ କରି ଚାନ୍ଦବାଲିର ମଜଦୁର ସଂଘ, ନିର୍ମାଣ ଶ୍ରମିକ ସଂଘ, ସବୁଜକାଡ଼ ଧାରୀ ମହିଳା ମହାସଂଘ ଏହି ଘେରାଉରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ସରକାର ଏହି ଦାବିକୁ ଗ୍ରହଣ କରି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ମୋଦିସେନା ଏହି ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.