ବାଣିଜ୍ୟ

୨୦୨୫ ବେଳକୁ ୫ ଟ୍ରିଲିୟନ ଡଲାର ଛୁଇଁବ ଭାରତର ଅର୍ଥନୀତି: ପ୍ରଧାନମନ୍ତ୍ରୀ

 ଡାଭୋସ୍‌,୨୩-୧ ବିଭିନ୍ନ ରେଟିଂ ଏଜେନ୍ସି ଗୁଡିକ ଭାରତର ଅର୍ଥନୈତିକ ତାରତମ୍ୟ ଓ ଆର୍ଥିକ ପ୍ରଗତିକୁ ନେଇ ନକାରାତ୍ମକ ଚିତ୍ର ଆଙ୍କୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାଭୋସ୍‌ଠାରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ୍‌ର ଉଦ୍‌ଘାଟନି ସମାରୋହରେ ଯୋଗ ଦେଇ ସେ ଏହାକୁ ଟାଳି କହିଛନ୍ତି ଯେ, ୨୦୨୫ ବେଳକୁ ଭାରତର ଅର୍ଥନୀତିର ଆକାର ୫ ଟ୍ରିଲିୟନ ଡଲାର ଛୁଇଁବ। ଏହାକୁ ହାସଲ କରିବା ଦିଗରେ ଦେଶ ଅଗ୍ରସର ହେଉଛି। ସମସ୍ତ କ୍ଷେତ୍ରରେ ବୈଦେଶିକ ପୁଞ୍ଜି ନିବେଶ ପାଇଁ ଆମେ ପଥ ପରିସ୍କାର କରିଥିବା ବେଳେ ବ୍ୟବସାୟକୁ ସହଜ କରିବା ପାଇଁ ଗତ ତିନି ବର୍ଷ ମଧ୍ୟରେ ଦେଶରୁ ବହୁ ପୁରୁଣା ଆଇନକୁ ଉଚ୍ଛେଦ କରିବାରେ ସଫଳ ହୋଇଛୁ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button