ଜାତୀୟ

ପୂରଣ ହେଲା ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳି ସରକାରର ୫୦ଦିନ

ଆଓରି-ନୂଆଦିଲ୍ଲୀ(୨୩/୦୭) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳି ସରକାର ସୋମବାର ୫୦ଦିନ ପୂରଣ କରିଛି। ମୋଦୀ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ମଇ ୩୦ରେ ଶପଥ ଗ୍ରହଣ କରିଥିଲେ। ଏଥିମଧ୍ୟରେ ମୋଦୀ ସରକାର ଦେଶର ବିଦେଶ ନୀତି ଉପରେ ସର୍ବାଧିକ ଗୁରୁତ୍ଵ ଦେଇଥିବା ଲକ୍ଷ୍ୟ କରାଯାଇଛି। ପ୍ରଥମ ପାଳି ସରକାରର ବିଦେଶ ନୀତି ଏବେ ସୁଦ୍ଧା ଅବ୍ୟାହତ ରହିଛି। ଏହି ୫୦ଦିନ ମଧ୍ୟରେ ମୋଦୀ ସାଙ୍ଘାଇ ସହଯୋଗ ସମିତି ବୈଠକରେ ଯୋଗଦେଇ ବିଶ୍ଵ ନେତାଙ୍କ ସହିତ ନିଜର ସମ୍ପର୍କ ଦୃଢ଼ କରିଛନ୍ତି ଓ ସାମ୍ପ୍ରତିକ ପରିସ୍ଥିତିରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମାଳଦ୍ଵୀପ, ଶ୍ରୀଲଙ୍କା, ଗସ୍ତରେ ଯାଇ ସେ ଦେଶର ଶାସନ ମୁଖ୍ୟ ଓ ପ୍ରମୁଖ ନେତାଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି। ‘ପ୍ରଥମେ ପଡ଼ୋଶୀ’ ନୀତିକୁ ସେ ଏହି ଆଲୋଚନାରେ ଗୁରୁତ୍ଵ ଦେଇଛନ୍ତି।

ସାଙ୍ଘାଇ ସହଯୋଗ ସମ୍ମିଳନୀ ଅବସରରେ ସେ କିରଗିଜ୍‌ସ୍ଥାନ,ଚୀନ୍‌, ରୁଷିଆ ଭଳି ସମସ୍ତ ରାଷ୍ଟ୍ରର ନେତାଙ୍କ ଆଲୋଚନା କରିଥିଲେ ମଧ୍ୟ ପାକିସ୍ତାନକୁ ସେଠାରେ ଏକଘରିକିଆ କରିବା​‌ ମହତ୍ତ୍ଵପୂର୍ଣ୍ଣ ଥିଲା। ଏହା ପରେ ମୋଦୀ ଜାପାନରେ ଅନୁଷ୍ଠିତ ଜି-୨୦ବୈଠକରେ ଯୋଗଦେଇ ଆତଙ୍କବରାଦ ଓ ଅର୍ଥନୈତିକ ତଥା ବାଣିଜ୍ୟିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏତଦ୍‌ବ୍ୟତୀତ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓଙ୍କ ଭାରତ ଗସ୍ତ ମଧ୍ୟ ମୋଦୀ ସରକାରଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ପମ୍ପିଓ ଆତଙ୍କବାଦ, ବାଣିଜ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିବା ଉଲ୍ଲେଖନୀୟ ରହିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ମତରେ ଦ୍ଵିତୀୟ ପାଳି ମୋଦୀ ସରକାର ବିକାଶ ପାଇଁ ‘ଗତି, ଦକ୍ଷତା ଓ ପରିମାପ ’ ଉପରେ ଗୁରୁତ୍ଵ ଦେଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button