ଜାତୀୟ

ଇଦ୍‌ ଅବସରରେ ମୁସଲମାନ୍‌ ଛାତ୍ରଛାତ୍ରୀଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର

ଆଓରି-ନୂଆଦିଲ୍ଲୀ :(୦୫/୦୬) ନରେନ୍ଦ୍ର ମୋଦୀ ସରକାର ଇଦ୍‌ ଅବସରରେ ମୁସଲମାନ ଛାତ୍ରଛାତ୍ରୀଙ୍କୁ ଉପହାର ଦେଇଥିବା ଜଣା ପଡ଼ିଛି । ଇଦ୍‌ ଅବସରରେ ଆଗାମୀ ୫ବର୍ଷରେ ୫କୋଟି ସଂଖ୍ୟାଲଘୁ ମୁସଲମାନ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଦେବା ପାଇଁ ଘୋଷଣା ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାୟ ୫୦ପ୍ରତିଶତ ଛାତ୍ରୀ ପ୍ରଧାନମନ୍ତ୍ରୀ ବୃତ୍ତିଯୋଜନା ଅନୁସାରେ ଉପକୃତ ହୋଇପାରିବେ । ଛାତ୍ରବୃତ୍ତିରୁ ଲାଭ ମିଳିବାର ପ୍ରକ୍ରିୟାକୁ ସରଳ ଓ ସହଜ କରିଦିଆଯାଇଥିବା ବେଳେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଆବାସ ନକବି ନିଜ ମନ୍ତ୍ରାଳୟର ଅଧିକାରୀଙ୍କ ସହ ଆଲୋଚନା କରି ଏପରି ଘୋଷଣା କରିଛନ୍ତି ।

ବିକାଶର ଗାଡ଼ିକୁ ବିଶ୍ୱାସର ହାଇେଓ୍ଵ ଉପରେ ଅତି ବେଗରେ ଦୌଡ଼ାଇବା ହିଁ ଆଗାମୀ ୫ବର୍ଷରେ ମୋଦୀ ସରକାରଙ୍କ ପ୍ରଥମିକତା ରହିବ ବୋଲି କହିଛନ୍ତି ନକଭି । ଯଦ୍ୱାରା ପ୍ରତ୍ୟେକ ସାଧାରଣ ଲୋକଙ୍କ ଆଖିରେ ଖୁସି ଓ ଜୀବନରେ ସମୃଦ୍ଧି ଆସିବ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ୩ଇ ଉପରେ ଗୁରୁତ୍ୱ ଦେଇଛନ୍ତି ନକଭି । ୩ଇ ଅର୍ଥ ଏଜୁକେସନ, ଏମ୍ପଲୟମେଂଟ ଓ ଏମପାୱାରମେଂଟ । ଏହାକୁ ପୁରା କରିବା ପାଇଁ ସରକାର କଡ଼ା ପରିଶ୍ରମ କରୁଛନ୍ତି । ମୁସଲମାନ ଝିଅମାନଙ୍କ ପାଠପଢ଼ା ପାଇଁ ପୋ-ବୋ ଅଭିଯାନ ଆରମ୍ଭ ହେବ । ଦୂରଦୂରାନ୍ତରରେ ତଥା ଅପହଞ୍ଚ ଇଲାକାରେ ବାଳିକା ଶିକ୍ଷାକୁ ଗରୁୁତ୍ୱ ଦେବା ପାଇଁ କାମ କରାଯିବ । ମୋବାଇଲ ଭ୍ୟାନ ମାଧ୍ୟମରେ ଶିକ୍ଷା-ରୋଜଗାର ସହ ଜଡ଼ିତ ସୂଚନା ଦେବାପାଇଁ ସାରା ଦେଶରେ ଅଭିଯାନ ଆରମ୍ଭ କରାଯିବ ।

ରୋଜଗାର ଉପରେ ମଧ୍ୟ ସମାନ ଧ୍ୟାନ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ୫ବର୍ଷ ପାଇଁ ରୋଜଗାର ଉପରେ ରୋଡ଼ମ୍ୟାପ୍‌ ପ୍ରସ୍ତୁତ ହୋଇଛି । କାରିଗର, ଶିଳ୍ପୀଙ୍କୁ ରୋଜଗାର ସହ ଯୋଡ଼ିବା ପାଇଁ ବଜାର ପ୍ରସ୍ତୁତ କରାଯିବା ସହ ୫ବର୍ଷରେ ୧୦୦ରୁ ଅଧିକ ପ୍ରତିଭା ହାଟ ଆୟୋଜିତ ହେବ ବୋଲି ଜଣା ପଡ଼ିଛି । ଏହାସହ ସ୍ୱେଦେଶୀ ସାମଗ୍ରୀକୁ ଅନଲାଇନରେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button