April 25, 2024

ନରେନ୍ଦ୍ର ମୋଦୀଙ୍କୁ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ

1 min read

ଆଓରି-ନୂଆଦିଲ୍ଲୀ(୨୨/୦୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣକୋରିଆ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ତାଙ୍କୁ ଦକ୍ଷିଣକୋରିଆ ପକ୍ଷରୁ ୨୦୧୮ ମସିହା ପାଇଁ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଏ ନେଇ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ମୋଦୀଙ୍କୁ ଏହି ସମ୍ମାନଜନକ ଚତୁର୍ଦଶ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରି ସମ୍ମାନିତ କରଯାଇଥିଲା ।

ଏହି ସମ୍ମାନ ସାରା ଭାରତର ସମ୍ମାନ । ଏହା ବସୁଧୈବ କୁଟୁମ୍ବକମର ପରିଚୟ । ଭାରତ ଏବଂ ଦକ୍ଷିଣକୋରିଆର ସମ୍ପର୍କ ମଝବୁତ ହୋଇଛି ବୋଲି ପୁରସ୍କାର ଗ୍ରହଣ କରି ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ , ଦକ୍ଷିଣ କୋରିଆ ପକ୍ଷରୁ ମୋଦୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ପୂର୍ବରୁ ଘୋଷଣା କରଯାଇଥିଲା । ମୋଦୀ ଗତ ଦୁଇଦିନ ଠାରୁ ଦକ୍ଷିଣକୋରିଆ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ମୋଦୀ ସିଓଲସ୍ଥିତ ୟୋନସେଇ ବିଶ୍ଵବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.