ରାଜ୍ୟ

ମନ୍ କି ବାତ୍‌ରେ କଟକର ଚା’ ବିକାଳି ପ୍ରକାଶଙ୍କୁ ପ୍ରଶଂସା କଲେ ମୋଦି

ଆ.ଓ.ରି(ତା୨୭|୫)-ନିଜ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମାଜସେବୀ ତଥା କଟକର ଚା’ ବିକାଳି ଡି ପ୍ରକାଶ ରାଓଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଚା ବିକାଳି ହୋଇ ମଧ୍ୟ ସେ କିଭଳି ଭାବରେ ଗରିବ ବସ୍ତି ଛୁଆଙ୍କ ଶିକ୍ଷାର ଭାର ନିଜ ମୁଣ୍ଡକୁ ନେଇଛନ୍ତି ତାହା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

ଡି ପ୍ରକାଶ ରାଓ ଆଶା ଓ ଆଶ୍ୱାସନା ନାଁରେ ଏକ ସ୍କୁଲ ଖୋଲି ବସ୍ତି ପିଲାଙ୍କୁ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଛନ୍ତି।  ପ୍ରକାଶ  ନିଜ ଆୟର ୫୦% ଅର୍ଥ ଗରିବ ପିଲାଙ୍କ ଶିକ୍ଷାରେ ଖର୍ଚ୍ଚ କରନ୍ତି। ଏଭଳି ଭାବରେ ପ୍ରଧାନମନ୍ତ୍ରୀ ମୋଦି ଡି ପ୍ରକାଶ ରାଓଙ୍କ ସମାଜସେବାକୁ ଭୂୟସୀ ପ୍ରସଂଶା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରକାଶଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।

ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରଶଂସାକୁ ନେଇ ମୁଁ ମୋର ଖୁସି ବ୍ୟକ୍ତ କରିପାରୁନି। ଗତକାଲି କଟକକୁ ପ୍ରଧାନମନ୍ତ୍ରୀ ଆସିଥିବା ସମୟରେ ତାଙ୍କ ସହ ସାକ୍ଷାତ ହୋଇଥିଲା। ପାଖାପାଖି ୨୦ ମିନିଟ୍‌ ଧରି ପ୍ରଧାନମନ୍ତ୍ରୀ ମୋଦି ସମୟ ବିତାଇଥିଲେ ବୋଲି ରାଓ ଓଟିଭିକୁ ଏକ ଏକ୍ସକ୍ଲୁସିଭ୍‌ ଇଣ୍ଟରଭ୍ୟୁରେ କହିଛନ୍ତି।

ବକ୍ସିବଜାର ଛକରେ ଡି.ପ୍ରକାଶ ରାଓଙ୍କ ଚା’ ଦୋକାନ। ପେସାରେ ସେ ଜଣେ ଚା’ ବିକାଳି ହେଲେ ମଧ୍ୟ ନିଶା ତାଙ୍କ ସମାଜସେବା।

ପ୍ରଧାନମନ୍ତ୍ରୀ INSV ତାରିଣୀର ମହିଳା ଚାଳକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଝିଅମାନେ କୌଣସି କ୍ଷେତ୍ରରେ କାହାଠୁ କମ୍ ନୁହଁନ୍ତି ବୋଲି ମୋଦି କହିଛନ୍ତି।  ସେହପରି ମହାରାଷ୍ଟ୍ରର ୫ ଆଦିବାସୀ ଛାତ୍ରଙ୍କ ଏଭରେଷ୍ଟ ଆରୋହଣ ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି।

Related Articles

Leave a Reply

Your email address will not be published. Required fields are marked *

Back to top button