April 20, 2024

ମଡେଲଙ୍କୁ ଫଟୋଗ୍ରାଫରର ଏକାଧିକ ବାର ଦୁଷ୍କର୍ମ ଅଭିଯୋଗ

1 min read

ଆଓରି-ନୂଆଦିଲ୍ଲୀ(୧୭/୦୮): ହରିଆନାର ଜଣେ ମଡେଲଙ୍କୁ ଉତ୍ତର ପ୍ରଦେଶର ଜଣେ ଫଟୋଗ୍ରାଫର ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ ମଡେଲଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପଶ୍ଚିମ ଉତ୍ତର ପ୍ରଦେଶର ସାମିଲ ଜିଲ୍ଲାର ଉକ୍ତ ଫଟୋଗ୍ରାଫର ଏକାଧିକ ବାର ଦୁଷ୍କର୍ମ କରିଥିଲା।

ଗୁରୁଗ୍ରାମ ପୁଲିସ ଲୋକସଂପର୍କ ଅଧିକାରୀ ସୁଭାଷ ବୋକନଙ୍କ ସୂଚନା ଅନୁଯାୟୀ ପୀଡ଼ିତାଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଛି । ସେ କହିଛନ୍ତି, ଏକ ଜିରୋ ଏଫଆଇଆର ରୁଜୁ କରି ମାମଲାକୁ ସେହି ଜିଲ୍ଲାକୁ ସ୍ଥାନାନ୍ତର କରି ଦିଆଯାଇଛି । ବୋକନ କହିଛନ୍ତି ଯେ ପୀଡ଼ିତା ଜଣେ ମଡେଲ ଅଟନ୍ତି । ସେ ୬ ମାସ ତଳେ ଗୋବିନ୍ଦ ନାମକ ଜଣେ ଫଟୋଗ୍ରାଫରଙ୍କ ସଂପର୍କରେ ଆସିଥିଲେ । ଉକ୍ତ ମଡେଲଙ୍କୁ ଅଭିଯୁକ୍ତ ସାମିଲି ଜିଲ୍ଲାସ୍ଥିତ ନିଜର ପୈତୃକ ଗ୍ରାମରେ ଫଟୋସୁଟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏହା ପରେ ସେ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲା

କିନ୍ତୁ ପରେ ଗୋବିନ୍ଦ ପୀଡ଼ିତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲା । ଖାଲି ସେତିକି ନୁହେଁ, ସେ ଯୁବତୀଙ୍କର ଅନ୍ତରଙ୍ଗ ସମୟର ଫଟୋ ଓ ଭିଡିଓକୁ ଫେସବୁକରେ ଅପଲୋଡ କରିବାକୁ ଧମକ ଦେଇଥିଲା ।ଏହାପରେ ପୀଡ଼ିତା ବାଧ୍ୟ ହୋଇ ଥାନାରେ ଏତଲା ଦେଇଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.