ଆର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସରେ ଚନ୍ଦ୍ରଭାଗାଠାରେ ‘ମୋ ବିଚ କାର୍ଯ୍ୟକ୍ରମ’ ଅନୁଷ୍ଠିତ
1 min read
ଆଓରି-ଭୁବନେଶ୍ଵର(୨୧/୦୯) : ଆଜି ଆର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ । ଏହି ଅବସରରେ ବେଳାଭୂମି ସଫେଇରେ ବିଶ୍ୱରେକର୍ଡ କରିବାକୁ ଲକ୍ଷ୍ୟ ରଖି କୋଣାର୍କ ଚନ୍ଦ୍ରଭାଗାରେ ‘ମୋ ବିଚ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ଏହି ମେଗା ସଫେଇ ଅଭିଯାନ ସକାଳ ୬ଟାରୁ ଆରମ୍ଭ ହୋଇ ୮.୩୦ରେ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କ ସହ ବିଭିନ୍ନ ସ୍ଵେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ବେଳାଭୂମି ପ୍ରଦୂଷଣ ଓ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଦୃଢ ସଂକଳ୍ପ ନେଇଥିଲେ । ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ ସ୍ବେଛାସେବୀ ଯୋଗ ଦେଇ ଚନ୍ଦ୍ରଭାଗା, ରାମଚଣ୍ଡୀ ପୀଠ, ବେଲେଶ୍ଵର ପୀଠ ବେଳାଭୂମି ସଫେଇ କରାଯାଇଥିଲା।