କଳା ଓ ସଂସ୍କୃତିରାଜ୍ୟ

ନନ୍ଦିଘୋଷ ପରେ ଏବେ ପୁଣି ଦେବଦଳନ ରଥ ନିର୍ମାଣରେ ତ୍ରୁଟି

ଆ.ଓ.ରି(ତା୨୧|୫)-ନନ୍ଦିଘୋଷ ରଥ ପରେ ଏବେ ପୁଣି ସାମ୍ନାକୁ ଆସିଛି ଦେବଦଳନ ରଥ ନିର୍ମାଣରେ ତ୍ରୁଟି। ଏହି ରଥ ଚକର ତୁମ୍ଭ ଏବଂ ପହିରେ ଫାଟ ଜଣାପଡ଼ିଥିବାରୁ ଏହାକୁ ଫେରାଇ ଦେଇଛନ୍ତି ରଥ ନିର୍ମାଣ କମିଟିର ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପି.କେ.ଦାସ।

ରଥଖଳାକୁ ଆସି ସେ ତିନି ରଥର ମହାରଣା, ଭୋଇ ସର୍ଦ୍ଦାର ଏବଂ ରଥର ଅମିନଙ୍କ ଉପସ୍ଥିତିରେ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଏହାକୁ ଫେରାଇ ଦେଇଥିଲେ।

ଏହି ସମୟରେ ଦେବଦଳନ ରଥ ଚକର ତୁମ୍ଭ ଏବଂ ପହିର ଲକ୍ ପାଖରେ ଏକ ବିରାଟ୍ ଫାଟ ଥିବା ଜଣାପଡ଼ିଥିଲା। ଆଜି ରଥ ନିର୍ମାଣ କମିଟି ସଦସ୍ୟ ପୁଣି ଯାଞ୍ଚ କରି ନୂଆ ଚକ ଏବଂ ପହି ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ନେବେ। ଗତ କିଛି ଦିନ ତଳେ ନନ୍ଦିଘୋଷ ରଥ ଚକରେ ତ୍ରୁଟି ସାମ୍ନାକୁ ଆସିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button