ରାଜ୍ୟ

ବିଧାନସଭାର ଉଠିଲା ସମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ

ଆଓରି-ଭୁବନେଶ୍ଵର(୧୮/୦୭) : ବିଧାନସଭାର ଉଠିଲା ସମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉଠାଇଲେ ଏହି ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ ବିଜେପି ପ୍ରଦିପ୍ତ ନାୟକ । ଏହାପରେ ଏହାକୁ ସମର୍ଥନ କରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୃହରେ ହୋ- ହାଲ୍ଲା କରିଥିଲେ । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଲେ ରାଜ୍ୟରେ ଗଣତନ୍ତ୍ର ନୁହେଁ ନବୀନ ତନ୍ତ୍ର ଚାଲିଛି ।ଯାହା କି ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଅଶୁଭ ସଙ୍କେତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

ଅନ୍ୟପଟେ ଏହି ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବାଚସ୍ପତିଙ୍କ ନିକଟରେ ଦାବି କରାଯାଇଛି । ଏହାସହ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ରାଜ୍ୟରେ ଏକ ଆଇନ ପ୍ରଣୟନ କରାଯାଉ । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ସୂଚନାଯୋଗ୍ୟ ଯେ, ଗତକାଲି ପାଟକୁରା ନିର୍ବାଚନୀ ପ୍ରଚାରକୁ ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ଓଡ଼ିଆ ଟିଭି ସାମ୍ବାଦିକଙ୍କୁ ସ୍ଥାନୀୟ ଏସ୍‌ପି ନିତିଶେଖର ଦର୍ବ୍ୟବହାର କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଢେର୍‌ ଭାଇରାଲ ହୋଇଛି । ଉକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି । ଏହି ଘଟଣାକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ନିନ୍ଦା କରାଯାଇଛି । ପୂର୍ବତନ ଡିଜିପି ସଞ୍ଜିବ ମାରିକଙ୍କ ସମେତ ବହୁ ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଅନ୍ୟପଟେ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button