ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ; ପାଇଲଟ ସୁରକ୍ଷିତ
1 min read
ଆଓରି-ନୂଆଦିଲ୍ଲୀ(୨୫/୦୯) : ଗ୍ୱାଲିଅର ଏୟାରବେସ୍ ନିକଟରେ ବୁଧବାର ସକାଳେ ଭାରତୀୟ ବାୟୁସେନାର ଏକ ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏୟାରବେସରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ କିଛି ସମୟ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ୨ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି। ନିୟମିତ ପ୍ରଶିକ୍ଷଣ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ବାୟୁସେନାର ଜଣେ ଅଧିକାରୀ କହିଛନ୍ତି।