ଜାତୀୟପ୍ରବାସୀ ଓଡିଆ

କୁତବ ମିନାର ଠାରେ ବିଶାଳ ସ୍ଵଚ୍ଛ ଭାରତ କାର୍ଯ୍ୟକର୍ମ ଅନୁଷ୍ଠିତ

ଆଓରି-ନୂଆଦିଲ୍ଲୀ(୦୨/୧୦) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନୂଆଦିଲ୍ଲୀସ୍ଥିତ କୁତବ ମିନାର ଠାରେ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଆଜି ଦିନରେ ସ୍ଵଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ । ସ୍ଵଚ୍ଛ ଭାରତ ଗାନ୍ଧୀଜୀଙ୍କର ୧୫୦ତମ ଜନ୍ମ ଉତ୍ସବରେ ସବୁଠାରୁ ବଡ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ଵାନ କରିଥିଲେ । ଏହି ଅଭିଯାନକୁ ଫଳପ୍ରଦ କରିବା ନିମନ୍ତେ ଦିଲ୍ଲୀସ୍ଥିତ ସୁନ୍ଦର ଓଡିଶା ଫାଉଣ୍ଡେସନ ଓ ପ୍ରବାସୀ ଓଡିଆ ପରିବାର ସର୍ବଦା ତତ୍ପର ।sangram Dhar

ପ୍ରତିବର୍ଷ ଭଳି ଚଳିତ ବର୍ଷ ସୁନ୍ଦର ଓଡିଶାର ସଂସ୍ଥାପକ ଶ୍ରୀ ସଂଗ୍ରାମ ଧରଙ୍କ ନେତୃତ୍ଵରେ ଦିଲ୍ଲୀସ୍ଥିତ ବହୁ ବେସରକାରୀ ସଂସ୍ଥା ଏହି ବିଶାଳ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ କର୍ମୀମାନେ ଯୋଗଦାନ କରି କୁତବ ମିନାରର ପ୍ରାୟତଃ ୩୦୦ ମିଟର ପରିଧି ଅଞ୍ଚଳ ସଫା କରିଥିଲେ । ସକାଳ ପ୍ରାୟ ୭ରୁ ୧୧ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା ।

ଦିଲ୍ଲୀ ସହିତ ବମ୍ବେ ଏବଂ ବାଙ୍ଗାଲୋର ଠାରେ ସୁନ୍ଦର ଓଡିଶା ସ୍ଵଚ୍ଛା ସେବକ ମାନେ ଏହି ସ୍ଵଚ୍ଛ ଭାରତ ଅଭିଯାନରେ ଅଂଶ ଗ୍ରହଣ କରିଥିଲେ । ଦିଲ୍ଲୀରେ ସୁନ୍ଦର ଓଡିଶା ସହିତ ଓଡିଆ ସେବା ସଂଘ , ନୀଳାଚଳ ପରିବାର , ପ୍ରଗତି ଓଡିଆ ସମାଜ , ବିଜୟିନୀ ଫାଉଣ୍ଡେସନ, ସୁ-ହମ ଫାଉଣ୍ଡେସନ ଇତ୍ୟାଦିଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୂଚାରୁ ରୂପରେ ଅନୁଷ୍ଠିତ ହୋଇଯାଇଛି।

Sundar Odisha

Related Articles

Leave a Reply

Your email address will not be published. Required fields are marked *

Back to top button