କଳା ଓ ସଂସ୍କୃତି

ଆରମ୍ଭ ହେଲା ମୟୂରଭଞ୍ଜ ଉତ୍ସବ

ଭୁବନେଶ୍ୱର (ଆଓରି)୧୭।୩ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ୭ମ ମୟୂରଭଞ୍ଜ ଉତ୍ସବ ଉତ୍କଳ ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଥିଲେ, ମୟୂରଭଞ୍ଜ ପ୍ରମୁଖ ଜିଲା ହିସାବରେ ରାଜ୍ୟରେ ସର୍ବଦା ଅଗ୍ରଣି ଭୂମିକା ନେଇଆସିଛି। ସମ୍ମାନିତ ଅତିଥିଭାବେ ଭାରତ ସରକାରଙ୍କ ପୂର୍ବତନ ସଚିବ ଅରୁଣ ରଥ ଯୋଗଦେଇଥିଲେ। ଏହି ଅବସରେ ଏକ ସ୍ମରଣିକ ପ୍ରକାଶ ପାଇଥିଲା | ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବାରିପଦାର ଚିତ୍ତାକର୍ଷକ ଛଉନୃତ୍ୟ ଛାଉଣୀପରିବେଷ କରାଯାଇଥିଲା। ଏହାପରେ ପରିବେଷିତ ଝୁମର ଗୀତ ଓ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଭୁବନେଶ୍ୱରରେ ରହୁଥିବା ଆଦିମ ଆଦିବାସୀ ସାଂସ୍କୃତିକ ସଂଘର ନାରୀ କଳାକାରମାନେ ପ୍ରାଚୀନ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। ଓଲିଉଡ କଳାକାର ସ୍ବରାଜ ମିଶ୍ରଙ୍କ ନୃତ୍ୟ ସାଙ୍ଗକୁ କମେଡି କିଙ୍ଗ ପପୁ ପମ୍‌ ପମ୍‌ଙ୍କ ହାସ୍ୟରସ ଦର୍ଶକଙ୍କ ହୃଦୟ ଜିଣିଥିଲା। ତେବେ ରାଜଧାନୀବାସୀଙ୍କୁ ଅଧିକ ଆକୃଷ୍ଟ କରିଥିଲା ବାରିପଦା ମୁଢ଼ିମାଂସ। ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦେଶୀ କୁକୁଡ଼ା ମାଂସ, ମୁଢ଼ି, ମାଂସ ପିଠା, ଖେଚୁଡ଼ି, ରାମରୋଚକ ତରକାରୀର ସ୍ବାଦକୁ ଉପଭୋଗ କରିଥିଲେ ଦର୍ଶକସୁକାନନ୍ତରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଚିନ୍ମୟ ଦାସ ପଟ୍ଟନାୟକ ପରିଚାଳନା କରିଥିଲେ। ଏହି ଉତ୍ସବ ୩ଦିନ ପର୍ଯ୍ୟନ୍ତ ଚାଲିବ।

Related Articles

Leave a Reply

Your email address will not be published. Required fields are marked *

Back to top button