ରାଜ୍ୟ

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

ଆଓରି-ଭୁବନେଶ୍ଵର(୨୨/୦୨) : ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ୨୩୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ସୁପରିଚାଳନା ନିମନ୍ତେ ବିଭିନ୍ନ ବିଦ୍ୟାଳୟଗୁଡିକରୁ ୨୦୪ ଶିକ୍ଷକଙ୍କୁ କେନ୍ଦ୍ର ନିରୀକ୍ଷକ ଭାବେ ନିଯୁକ୍ତ କରାଯାଇଛି ।

ମାଟ୍ରିକ ପରୀକ୍ଷା ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ମୋଟ ୨୯୨ଟି ବିଦ୍ୟାଳୟର ୧୬ ହଜାର ୧୭୬ ଛାତ୍ରଛାତ୍ରୀ ୯୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ୭ଟି ନୋଡାଲ ସେଣ୍ଟର କରାଯାଇଥିବାବେଳେ ତ୍ରିସ୍ତରୀୟ ସ୍ୱାର୍ଡ ଗଠନ କରାଯାଇଛି । ପ୍ରଶ୍ନପତ୍ର ଗୁଡିକୁ ସୁରକ୍ଷିତ ଭାବରେ ରଖିବା ଓ ସେଗୁଡିକର ସଠିକ ଭାବରେ ପରିଚାଳନା କରିବା ପାଇଁ ସମସ୍ତ ନୋଡାଲ ସେଣ୍ଟରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହିତ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କୋରାପୁଟ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ୧୪ଟି ବ୍ଲକରେ ବ୍ୟବସ୍ଥା କରାଯାଇଛି । ଚଳିତ ଥର ଜିଲ୍ଲାରେ ୬୬ ପରୀକ୍ଷା କେନ୍ଦ୍ରରେ ୧୪ ହଜାର ୭୦୩ ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ଚଳିତ ଥର ୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ମ୍ୟାଟ୍ରିକ ପରୀକ୍ଷା । ଜିଲ୍ଲାର ମୋଟ ୪୭ଟି କେନ୍ଦ୍ରରେ ୮ ହଜାର ୮୦୩ ଛାତ୍ରଛାତ୍ରୀ ପରିକ୍ଷା ଦେଉଛନ୍ତି । ଏଥିପାଇଁ ଜିଲ୍ଲାରେ ୭ଟି ନୋଡାଲ ସେଣ୍ଟର ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button