ୟୁଏପିଏ ଆଧାରରେ ଆତଙ୍କବାଦୀ ଘୋଷିତ ହେଲେ ମସୂଦ ଆଝାର୍, ହାଫିଜ୍, ଲଖଭି ଓ ଦାଉଦ୍ ଇବ୍ରାହିମ
1 min read
ଆଓରି-ନୂଆଦିଲ୍ଲୀ(୦୪/୦୯) : ଗୃହ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଆଝାର, ଜମତ-ଉଦ୍-ଦଓ୍ଵା ମୁଖ୍ୟ ହାଫିଜ ସଇଦ୍, ଲସ୍କର-ଇ-ତୋଏବାର ମୁଖ୍ୟ ପରିଚାଳନା କମାଣ୍ଡର ଜାକି-ଉର୍-ରେହମାନ ଲଖଭି ଏବଂ ୧୯୯୩ ମସିହା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ଦାଉଦ୍ ଇବଆହିମ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ୪ ଜଣଙ୍କୁ ବେଆଇନ୍ କାର୍ଯ୍ୟକଳାପ ନିରୋଧ ଆଇନ୍ ବଳରେ ଆତଙ୍କବାଦୀ ଘୋଷଣା କରାଯାଇଥିବା ଜାଣିବାକୁ ମିଳିଛି। ଏହି ୪ ଜଣଙ୍କ ନାମରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଛି।