ମନୋରଞ୍ଜନ

ବିବାହ ଡୋରୀ ରେ ବନ୍ଧା ହେବେ ଦୀପିକା ଏବଂ ରନବୀର- ଆସନ୍ତା ନଭେମ୍ବର ୧୦ ହେବ ଶୁଭ ବିବାହ

ଆଓରି- ନୂଆଦିଲ୍ଲୀ(୨୨/୬): ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁପରହିଟ୍‍ ଯୋଡି ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଆଉ କିଛିଦିନ ମଧ୍ୟରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ଯୋଡି ରାମଲୀଳା, ବାଜିରାଓ ମସ୍ତାନୀ ଏବଂ ପଦ୍ମାବତ ଭଳି ଅନେକ ସୁପରହିଟ୍‍ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏବେ ରିଲ ଲାଇଫରୁ ସେମାନେ ରିୟଲ ଲାଇଫରେ ଯୋଡି ସାଜିବାକୁ ଯାଉଛନ୍ତି। ବହୁପୂର୍ବରୁ ଏମାନଙ୍କୁ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା କିନ୍ତୁ ଏବେ ତାହା ସତ୍ୟରେ ପ୍ରମାଣିତ ହେବାକୁ ଯାଉଛି। ଖବରଅନୁସାରେ ଚଳିତ ବର୍ଷ ନଭେମ୍ବର ମାସ ୧୦ତାରିଖରେ ଉଭୟ ଦୀପିକା – ରଣବୀରଙ୍କ ବିବାହ କରିବାକୁ ଯାଉଛନ୍ତି। ପୂର୍ବରୁ ଦୁଇଜଣ ଅକ୍ଟୋବର ମାସରେ ବିବାହ କରିବେବୋଲି ଚର୍ଚ୍ଚାହେଉଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button