ଜିଲ୍ଲା

ଥାନା ଉଡ଼ାଇ ଦେବାକୁ ମାଓବାଦୀଙ୍କ ଧମକ

ଆ.ଓ.ରି(ତା୧|୬)-ବେଲପଡ଼ା ଥାନା ରେଙ୍ଗାଲି ଗାଁରେ ମାଓ ପୋଷ୍ଟର ଲାଗିଛି। ଓଡ଼ିଆ ଭାଷାରେ ଲେଖା ହୋଇଥିବା ଏହି ପୋଷ୍ଟରରେ ଡୁଡୁକାମାଲ ଏନ୍‌କାଉଣ୍ଟରକୁ ବିରୋଧ କରାଯାଇଛି। ଏହାସହ ମାସେ ଭିତରେ ବେଲପଡ଼ା ଥାନା ଉଡ଼ାଇବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୋଲିସ ସୂଚନାକାରୀଙ୍କୁ ହତ୍ୟା କରିବାକୁ ମଧ୍ୟ ପୋଷ୍ଟରରେ ଚେତାବନୀ ଦିଆଯାଇଛି। କେଉଁ ଡିଭିଜନ ତରଫରୁ ଏଭଳି ଧମକ ଦିଆଯାଇଛି ତାହା ମାଓ ପୋଷ୍ଟରରେ ଉଲ୍ଲେଖ ନ ଥିବା ବେଳେ  ପୋଷ୍ଟର ଉପରେ କେବଳ ଲାଲ୍ ସଲାମ ଲେଖାଯାଇଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ମାଓ ନେତା ମନୋଜ ମାଡକାମୀ ଗିରଫକୁ ନେଇ ବଲାଙ୍ଗିର-ବରଗଡ-ମହାସମୁନ୍ଦ ତରଫରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି। ଏଥିରେ ମନୋଜଙ୍କ ଗିରଫ ସଂପୂର୍ଣ୍ଣ ବେଆଇନ ବୋଲି ବଲାଙ୍ଗିର-ବରଗଡ଼-ମହାସମୁନ୍ଦ ମାଓ ଡିଭିଜନର ସଚିବ ବସନ୍ତ କୁମାର କହିଛନ୍ତି। ଏହାସହ ନୂଆପଡ଼ା ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଗତ ମେ ୩୦ ତାରିଖରେ ମନୋଜଙ୍କୁ ନୂଆପଡ଼ା ପୋଲିସ ଗିରଫ କରିଥିଲା।

 

Related Articles

Leave a Reply

Your email address will not be published. Required fields are marked *

Back to top button