ଜାତୀୟ

ନରେନ୍ଦ୍ର ମୋଦୀଙ୍କ ମନ୍‍ କି ବାତ୍‍

ଆଓରି(ତା୨୯|୪)-‘ମନ୍‍ କି ବାତ୍‍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫିଟ୍‍ ଇଣ୍ଡିଆ ମୁଭ୍‍ମେଣ୍ଟ‘କୁ ଜୋର ଦେଇଛନ୍ତି। ସ୍ୱାସ୍ଥ୍ୟ ଠିକ୍‍ ରହିଲେ ସମାଜ ଓ ଦେଶ ଗଠନ ସମ୍ଭବ ବୋଲି ସେ କହିଛନ୍ତି। ଏଥିପାଇଁ ଯୋଗ ଓ ପ୍ରାଣାୟମ ଅବଲମ୍ବନ କରିବାକୁ ଯୁବବର୍ଗକୁ ଉପଦେଶ ଦେଇଛନ୍ତି। ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରିତ ‘ମନ୍‍ କି ବାତ୍‍’ର ୪୩ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ସଫଳତା ଅଭିନନ୍ଦନୀୟ। ଏହା ଭାରତର ଗୌରବ। ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା, ସ୍ୱଚ୍ଛ ଭାରତକୁ ତ୍ୱରାନ୍ୱିତ କରିବା ଲାଗି ଯୁବବର୍ଗ ଆଗେଇ ଆସିବା ଆବଶ୍ୟକ। ଜଳ ସଙ୍କଟ ଦୂର ପାଇଁ ‘ସ୍ୱଚ୍ଛ ଭାରତ ସମର ଇଣ୍ଟର୍ନସିପ୍‍ ୨୦୧୮’ରେ ସହଯୋଗ ପାଇଁ ସେ ଯୁବବର୍ଗକୁ ଆହ୍ୱାନ ଦେଇଛନ୍ତି। ଆସନ୍ତା ରମ୍‍ଜାନ୍‍ ଅବସରରେ ଅହଂ ଦୂର କରି ଦାନ ଓ ସେବାକୁ ଜୀବନର ମୂଳମନ୍ତ୍ର ରୂପେ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାରା ଦେଶରେ ହେଲ୍‍ଥ ୱେଲ୍‍ନେସ୍‍ ସେଣ୍ଟର ଯୋଜନା ଓ ତ୍ରିକୋଣାସନର ଥ୍ରିଡି ଆନିମେସନ୍‍ ସମ୍ପର୍କରେ ସେ ଏହି ଅବସରରେ ସୂଚନା ଦେଇଥିଲେ।

ତଳେ ଥିବା ଲିଙ୍କ କୁ ଟଚ କରି ଆପଣ ଶୁଣିପାରିବେ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ”

Related Articles

Leave a Reply

Your email address will not be published. Required fields are marked *

Back to top button