ଆମ ଆଦମି ପାର୍ଟି ଛାଡ଼ିପାରନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ
1 min read
ଆଓରି-ନୂଆଦିଲ୍ଲୀ(୨୫/୦୯) : ବିଜେପିର ଦିଲ୍ଲୀ ପ୍ରଦେଶ ସଭାପତି ତଥା ଲୋକସଭା ସାଂସଦ ମନୋଜ ତିଓ୍ୱାରୀ ଆମ ଆଦମି ପାର୍ଟିର ଅର୍ନ୍ତକଳହ ସଂପର୍କରେ ଏକ ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଯେକୌଣସି ସମୟରେ ଦଳ ଛାଡ଼ିପାରନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଆଦମି ପାର୍ଟି ଭିତରେ ଦଳୀୟ କନ୍ଦଳ ଜୋର ଧରିଛି,ଯେଉଁ କାରଣରୁ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଯେକୌଣସି ସମୟରେ ଦଳ ଛାଡିପାରନ୍ତି । ଏହାପରେ କେବଳ ଅରବିନ୍ଦ କେଜ୍ରିୱାଲ ଏକୁଟିଆ ଦଳରେ ରହିଯିବେ।
ମନୋଜ ତିଓ୍ୱାରୀ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଆଦମି ପାର୍ଟିର ପ୍ରତିଷ୍ଠାତା ସଦସ୍ୟମାନଙ୍କ ଭିତରୁ ପ୍ରଶାନ୍ତ ନାରାୟଣ, ଯୋଗେନ୍ଦ୍ର ଯାଦବ ଏବଂ କୁମାର ବିଶ୍ବାସଙ୍କ ଭଳି ନେତା ଆଉ ନାହାନ୍ତି । ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟଧାରାରେ ଅତିଷ୍ଠ ହୋଇ ଆମ ଆଦମି ପାର୍ଟି ଛାଡ଼ିଛନ୍ତି। ଏବେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ପାଳି ବୋଲି ସେ କହିଛନ୍ତି।