ବିଜେପି ପାର୍ଟି ଅଫିସ ସାମ୍ନାରେ ଦିଦିଙ୍କ ଦାଦାଗିରି ; ପାର୍ଟି ଅଫିସ୍ରେ ଟିଏମ୍ସି ଚିହ୍ନ ଆଙ୍କିଲେ ମମତା ବାନାର୍ଜୀ
1 min read
ଆଓରି-ନୂଆଦିଲ୍ଲୀ(୦୬/୦୩) : ପଶ୍ଚିମବଙ୍ଗରେ ବିଜେପି ଓ ଟିଏମ୍ସି ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ । ଲୋକସଭା ନିର୍ବାଚନ ପରେ ମଧ୍ୟ ଲାଗିରହିଛି ରାଜନୈତିକ ହିଂସା । ବିଶେଷକରି ଜୟ ଶ୍ରୀରାମ ନାରା ନେଇ ପଶ୍ଚିମବଙ୍ଗରେ ମାହୋଲ ପଡୁଛି ଉଠୁଛି । ତେବେ ଜୟ ଶ୍ରୀରାମ ନାରା ଶୁଣିଲେ ମୁଖ୍ୟମନ୍ତ୍ରୀ ମମତା ଦିଦି ଚିହିଁକି ଉଠୁଛନ୍ତି । ଆଉ ଏବେ ଦିଦିଙ୍କ ଦାଦାଗିରି ମଧ୍ୟ ଦେଖିବାକୁ ମିଳିଛି ।
ଜୟ ଶ୍ରୀରାମ ନାରା ନେଇ ପଶ୍ଚିମବଙ୍ଗରେ ଜାରି ରହିଛି ରାଜନୈତିକ ହିଂସା । ଏନେଇ ହଙ୍ଗାମା ସୃଷ୍ଟି ହେବା ପରେ ଏବେ ପାର୍ଟି କାର୍ଯ୍ୟାଳୟ ଗୁଡିକରେ ମାରପିଟ ଆରମ୍ଭ ହୋଇ ଗଲାଣି । ଉତ୍ତର ୨୪ ପରଗନା ଜିଲ୍ଲାରେ ଖୋଦ୍ ମମତା ବାନାର୍ଜୀ ବିଜେପି କାର୍ଯ୍ୟାଳୟ ପହଞ୍ଚି ସେଠାରେ ତାଲା ଖୋଲିଛନ୍ତି ଏବଂ ବିଜେପି ତାଙ୍କ କାର୍ଯ୍ୟାଳୟ ଉପରେ କବ୍ଜା କରିଥିବା ଦାବି କରିଛନ୍ତି ।
ସୂଚନା ଯେ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିଲେ । ଧାରଣା ଦେବା ସମୟରେ ସେ ଏକ ରାଲିରେ ସମ୍ବୋନ୍ଧିତ କରିଥିଲେ । ଏହା ପରେ ବିଜେପି କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ । ସେଠାରେ ପହଞ୍ଚି ପଦ୍ମ ଚିହ୍ନ ଉପରେ ରଙ୍ଗ କରି ଟିଏମସି ଲେଖିଥିଲେ ।
ତେବେ କିଛି ଦିନ ପୂର୍ବରୁ ଜୟ ଶ୍ରୀ ରାମ ନାରା ନେଇ ପଶ୍ଚିମବଙ୍ଗରେ ବିବାଦ ସୃଷ୍ଟି ହୋଇଥିଲା । ନାରା ଦେଉଥିବା ଲୋକଙ୍କ ଉପରେ ମମତା ବିଗିଡି ଯାଇଥିଲେ ଏବଂ ରାସ୍ତା ଉପରେ ସେମାନଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ । ପୋଲିସ ମଧ୍ୟ ନାରା ଦେଇଥିବା ୧୦ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଯାହା ଫଳରେ ବିଜେପି ଜୟ ଶ୍ରୀ ରାମ ଲେଖି ୧୦ ଲକ୍ଷ ପୋଷ୍ଟ କାର୍ଡ ମମତାଙ୍କ ନିବାସକୁ ପଠାଇବା ପାଇଁ କହିଥିଲା ।