ଗୋଟିଏ ମାସରେ ୧୦,୦୦୦ ୟୁନିଟରୁ ଅଧିକ ବୁକିଂ ହାସଲ କରିଛି ମହିନ୍ଦ୍ରା ମାରାଜୋ
1 min read
ଆଓରି-ନୂଆଦିଲ୍ଲୀ(୨୩/୧୦) : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ପକ୍ଷରୁ ପ୍ରସ୍ତୁତ ମାରାଜୋ ବୁକିଂ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ଲଞ୍ଚ ପରଠାରୁ ଗୋଟିଏ ମାସରେ ଏହା ୧୦,୦୦୦ ୟୁନିଟରୁ ଅଧିକ ବୁକିଂ ହାସଲ କରିଛି। ବିଶ୍ୱ ସ୍ତରୀୟ ଜ୍ଞାନକୌଶଳରେ ଏହା ପ୍ରସ୍ତୁତ ହୋଇଥିବା ବେଳେ ସର୍ବୋକୃଷ୍ଟ ପ୍ରଡକ୍ଟ ଗ୍ରାହକ ଲାଭ କରିପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି। ଏହାର ବୋଲ୍ଡ ତଥା ଡାଇନାମିକ ଡିଜାଇନ ଯୋଗୁ ଗ୍ରାହକମାନଙ୍କର ଏହା ଭଲ ପାଇବା ଲାଭ କରି ପାରିଛି। ଏହା ଉନ୍ନତ ରାଇଡିଂ ଅଭିଜ୍ଞତା, ଲକଜ୍ୟୁରୀ, ଇଣ୍ଡଷ୍ଟ୍ରି ଫାଷ୍ଟ ସରାଉଣ୍ଡିଂ କୁଲ୍, ସ୍ପେସ ପ୍ରଦାନ କରିବ। ଗୋଟିଏ ମାସରେ ବୁକିଂକୁ ଉନ୍ନତ ରେସପନ୍ସ ମିଳିଥିବାରୁ ଏହାକୁ ନେଇ ଅତ୍ୟନ୍ତ ଖୁସି ବୋଲି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଅଟୋମୋଟିଭ୍ ସେକ୍ଟର ସେଲସ ଏବଂ ମାର୍କେଟିଂ ମୁଖ୍ୟ ବିଜୟ ନାକ୍ରା ସୂଚନା ଦେଇଛନ୍ତି।