ରାଜନୀତି

ବିଜେପିର ମହିଳା ସୁରକ୍ଷା ଯାତ୍ରା

ଆ.ଓ.ରି(ତା୧୭|୫)-ରାଜ୍ୟରେ ମହିଳାଙ୍କ  ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାରର ପ୍ରତିବାଦ। ଅତ୍ୟାଚାରର ପ୍ରତିବାଦ କରି ଆଜିଠୁ ଆରମ୍ଭ ହୋଇଛି ବିଜେପିର ମହିଳା ସୁରକ୍ଷା ଯାତ୍ରା।

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ରାଜ୍ୟର ୭ଟି ରୁଟ୍ ଦେଇ ୧୧ ଦିନ ଧରି ମେ ୨୯ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମଧ୍ୟରେ ୪୫୦ ସାଧାରଣ ସଭା ଅନୁଷ୍ଠିତ ହେବ।

ସଭାରେ ମହିଳାଙ୍କ ସମସ୍ୟା, ଅଧିକାର ଏବଂ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଦେବେ ବିଜେପି ନେତ୍ରୀ। ଆଜି ରାଜ୍ୟର ୭ଟି ସ୍ଥାନରୁ ଆରମ୍ଭ ହୋଇଛି ଏହି ଯାତ୍ରା।

ଭୁବନେଶ୍ୱରର ଶିଖରଚଣ୍ଡୀ, ଭଦ୍ରକର ଭଦ୍ରକାଳୀ, ସମ୍ବଲପୁରର ସମଲେଶ୍ୱରୀ ପୀଠ, କଟକ ଚଣ୍ଡି ମନ୍ଦିର, କାକାଟପୁରର ମା’ ମଙ୍ଗଳା ପୀଠ, ସୋରଡ଼ାର କନ୍ଧୁଣୀ, ପାଟଣାଗଡ଼ର ପାଟଣେଶ୍ୱରୀରୁ ଏହି ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button