ରାଜନୀତି

ଭାଜପାରେ ମହାଶ୍ୱେତା ରାୟ

ଭୁବନେଶ୍ୱର, ୧୨।୨(ଆଓରି): ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ ସୋମବାର ବିଧିବଦ୍ଧ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାଜପାରେ ମିଶିଥିବା କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭାଜପା ସରକାରକୁ ଆସିଲେ ରାଜ୍ୟରେ ମା, ଭଉଣୀ ଏବଂ ଶିଶୁ ସୁରକ୍ଷିତ ରହିବେ। ପାନୀୟ ଜଳ ପାଇଁ ଲୋକେ ଦୂରକୁ ଯିବା ପରିବର୍ତ୍ତେ ପାଇପ ମାଧ୍ୟମରେ ପାଣି ପାଇପାରିବେ। ଗାଁର ପ୍ରତ୍ୟେକ ଘରେ ବିଜୁଳି ପହଞ୍ଚି ପାରିବ। ଶିକ୍ଷା, ସ୍ବାସ୍ଥ୍ୟ ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟର ସାମୂହିକ ବିକାଶ ହେବ। ଏହି ସ୍ବପ୍ନକୁ କେବଳ ଭାଜପା ହିଁ ସମ୍ଭବ କରିପାରିବ। ରାଜନୀତିରେ ପାଦ ଦେବା ଏତେ ସହଜ କଥା ନୁହେଁ। ରାଜନୀତି କରିବା ପାଇଁ କଠିନ ପରିଶ୍ରମ ସହ ଦାୟିତ୍ୱବୋଧ ରହିବା ଆବଶ୍ୟକ। ଭାଜପା ସବୁବେଳେ ପ୍ରଗତି ପଥରେ ଆଗେଇ ଚାଲିଛି। ଆଗାମୀ ୨୦୧୯ ନିର୍ବାଚନରେ ଭାଜପା ରାଜ୍ୟରେ ବିଜୟୀ ହୋଇ ସରକାର କରିବ ବୋଲି ମହାଶ୍ୱେତା ଦୃଢୋକ୍ତି ପ୍ରକାଶ କରିଛନ୍ତି|

Related Articles

Leave a Reply

Your email address will not be published. Required fields are marked *

Back to top button