March 26, 2023

ଭାରତୀୟ ସେନାରେ ରହି ୧୫ ଦିନିଆ ପ୍ରଶିକ୍ଷଣ ନେବେ ମହେନ୍ଦ୍ର ସିଂହ ଧୋନି

1 min read
MS-Dhoni-Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୦୭) : ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନାରେ ରହି ୧୫ ଦିନିଆ ପ୍ରଶିକ୍ଷଣ ନେବେ। ସେ ଜୁଲାଇ ୩୧ ରୁ ଅଗଷ୍ଟ ୧୫ ପର୍ୟ୍ୟନ୍ତ କଶ୍ମୀରରେ ଥିବା ଟେରିଟୋରିଆଲ୍ ଆର୍ମିର ୧୦୬ତମ ପାରାସୁଟ୍ ବାଟାଲିୟନରେ ପ୍ରଶିକ୍ଷଣ ନେବେ। ଧୋନି ପାରାସୁଟ୍ ବାଟାଲିୟନରେ ଯୋଗ ଦେବାପରେ ଯବାନଙ୍କ ସହ ମିଶି ଗାର୍ଡ ଏବଂ ପାଟ୍ରୋଲିଂ ଭଳି ଦାୟିତ୍ୱ ସମ୍ଭାଳିବେ। ସୂଚନା ମୁତାବକ, ୩୮ବର୍ଷିୟ ଧୋନି ୨ମାସ ପର୍ଯ୍ୟନ୍ତ କୌଣସି କ୍ରିକେଟ ମ୍ୟାଚ ଖେଳିବେ ନାହିଁ ବୋଲି ପୂର୍ବରୁ ବିସିସିଆଇକୁ ଅନୁମତି ମାଗିଥିଲେ ।

ଭାରତୀୟ କ୍ରିକେଟ୍ ଦଳ ଖୁବଶୀଘ୍ର ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ କ୍ରିକେଟ୍ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା ହୋଇ ସାରିଛି। ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ୩ଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଏକଦିବସୀୟ ମ୍ୟାଚ୍ ସହ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ଦଳରେ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ସ୍ଥାନ ପାଇ ନାହିଁ। କାରଣ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ ଗସ୍ତରୁ ଓହରି ଯାଇଥିବା ନିଜ ଆଡ଼ୁ ଘୋଷଣା କରିଥିଲେ। ବିଶ୍ବକପ୍ ପରେ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ରୁ ସନ୍ନ୍ୟାସ ନେବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ସେ ୨ମାସ ପାଇଁ କ୍ରିକେଟ୍ରୁ ବିରତି ନେଉଥିବା କଥା ଘୋଷଣା କରିଥିଲେ। ଧୋନି ପ୍ରାଦେଶିକ ସେନାର ସମ୍ମାନଜନକ ଲ୍ୟୁଟିନାଣ୍ଟ କେର୍ଣ୍ଣଲ୍ ଅଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.