March 19, 2023

ବିଜେପିରେ ଯୋଗଦେଲେ ମହାବୀର ଫୋଗାଟ ଏବଂ ବବିତା ଫୋଗାଟ

1 min read

ଆଓରି-ନୂଆଦିଲ୍ଲୀ(୧୨/୦୮) : ଅନ୍ତର୍ଜାତୀୟ କୁସ୍ତି ଖେଳାଳି ବବିତା ଫୋଗାଟ ଏବଂ ତାଙ୍କ ବାପା ତଥା କୁସ୍ତି ପ୍ରଶିକ୍ଷକ ମହାବୀର ଫୋଗାଟ ସୋମବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ହରିୟାଣା ବିଜେପି ନେତା ଅନୀଲ ଜୈନ ଏବଂ ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁଭାଷ ବଡ଼ାଲା ଉପସ୍ଥିତି ଥିଲେ।

ସାମ୍ବାଦିକ ସମ୍ମିଳନୀରେ ବବିତା କହିଥିଲେ ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟର ବହୁତ ବଡ଼ ପ୍ରଶଂସକ। ମୁଁ ପୂର୍ବରୁ ବିଜେପିରେ ମିଶିବାକୁ ଚାହୁଁଥିଲି, କିନ୍ତୁ ଖେଳ ଯୋଗୁ ଆସିପାରୁନଥିଲି। ବିଜେପିରେ ଯୋଗ ଦେଇଥିବାରୁ ବହୁତ ଖୁସି ଅଛି। କିରଣ ରିଜିଜୁ ବବିତା ଏବଂ ମହାବୀରଙ୍କୁ ଦଳକୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.