ରାଜନୀତି

ମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିର ବିଜୟ ପତାକା ଉଡିଲା

ଆଓରି(ତା୧୩|୪)- ମହାରାଷ୍ଟ୍ରରେ ପୌର ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି । ମହାରାଷ୍ଟ୍ରର ବିଜେପି ସରକାର ବିରୋଧରେ ମରାଠା ଆନ୍ଦୋଳନ, ଦଳିତ ଆନ୍ଦୋଳନ ଏବଂ ଚାଷୀ ଆନ୍ଦୋଳନ ପରେ ବି ଦଳ ପୌର ନିର୍ବାଚନରେ ବାଜିମାତ କରିଥିବାରୁ ଦଳୀୟ ନେତାମାନେ ଖୁସୀ ବ୍ୟକ୍ତ କରିଛନ୍ତି । ଗରୁବାର ପ୍ରକାଶିତ ପୌର ନିର୍ବାଚନ ଫଳାଫଳ ଅନୁସାରେ ବିଜେପି ଜାମନେର ନଗର ପାଳିକାର ୨୪ଟି ଆସନରେ ଜିତିଛି । ଏହାସହ ଜାମନେର ନଗର ପାଳିକା ଅଧ୍ୟକ୍ଷ ନିର୍ମାଚନରେ ବିଜେପି ନେତା ତଥା ଜଳ ସମ୍ପଦ ମନ୍ତ୍ରୀ ଗିରିଶ ମହାଜନଙ୍କ ପତ୍ନୀ ସଦାନ ମହାଜନ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏନ୍‌ସିପି ନେତ୍ରୀ ଅଂଜଳି ପାୱାରଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ଗୋଟିଏ ବି ନଗର ପାଳିକା ଅଧ୍ୟକ୍ଷ ନିର୍ବାଚନ ଜିତି ପାରିନାହାଁନ୍ତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଗୁହାଗର, ଦେବରୁଖ, କାନକାଭଳି, ଅଜରା, ଜାମନେର ଏବଂ ଭାଇଜାପୁର ନଗର ପାଳିକାର ୧୧୫ ଆସନରୁ ବିଜେପି ୪୯, ଶିବସେନା, ୨୨, ଏନ୍‌ସିପି ୮, କଂଗ୍ରେସ ୪, ଏମ୍‌ଏନ୍‌ଏସ୍‌ ୧, ସ୍ୱାଧୀନ ୧୨ ଏବଂ ଅନ୍ୟମାନେ ୧୯ଟି ଆସନରେ ବିଜୟ ଲାଭ କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନିକଟରେ ବିଜେପି କୋଟାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ନାରାୟଣ ରାଣେଙ୍କ ସ୍ୱାଭିମାନ ଦଳ ୧୧ଟି ଆସନରେ ବିଜୟ ଲାଭ କରିଛି ।

 

Related Articles

Leave a Reply

Your email address will not be published. Required fields are marked *

Back to top button