ବାଜିଲା ନିର୍ବାଚନୀ ବିଗୁଲ୍: ଅକ୍ଟୋବର ୨୧ରେ ହେବ ମହାରାଷ୍ଟ୍ର, ହରିୟାଣାରେ ନିର୍ବାଚନ
1 min read
ଆଓରି-ନୂଆଦିଲ୍ଲୀ(୨୧/୦୯) : ମହାରାଷ୍ଟ୍ର, ହରିୟାଣା ଓ ବିଜେପୁରର ଆଜି ନିର୍ବାଚନ ବିଗୁଲ୍ ବାଜିଛି । ୨୧ ଅକ୍ଟୋବରରେ ମହାରାଷ୍ଟ୍ର ଓ ହରିୟାଣା ସମେତ ବିଜେପୁରର ମଧ୍ୟ ଉପନିର୍ବାଚନ ପାଇଁ ଏହି ସମାନ ତାରିଖ ଘୋଷଣା କରାଯାଇଛି । ୨୪ ଅକ୍ଟୋବର କୁ ଏହାର ଫଳାପଳ ଘୋଷଣା କରାଯିବ । ଶନିବାର ଦିନ ଅପରାରହ୍ନରେ ଦିଳ୍ଲୀରେ ନିର୍ବାଚନ ଆୟୋଗଙ୍କର ପ୍ରେସ୍ କନଫରେନ୍ସରେ ଏହା ଘୋଷଣା କରାଯାଇଛି । ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ସୁନିଲ୍ ଅରୋଡା ।
ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ୬୪ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୧ ତାରିଖରେ ଉପ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଆଉ ଏହି କ୍ରମରେ ଓଡ଼ିଶାର ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ସହିତ ବରଗଡ଼ର ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରୁ ଜିତିବା ପରେ ସେ ବିଜେପୁର ଆସନ ଛାଡ଼ି ଦେଇଥିଲେ। ବିଜେଡି ଏଥିର ପୂର୍ବତନ ବିଧାୟକ ରୀତା ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିବ।
ମୁଖ୍ୟ ନିର୍ବାଚନ କମିଶନ୍ଙ୍କ ସୂଚନା ଅନୁଯାୟୀ, ବିଜେପୁର ଉପ-ନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲ କରିବା ଶେଷ ତାରିଖ ହେବ। ଅକ୍ଟୋବର ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୩ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ୨୧ରେ ଭୋଟ୍ ହେବ ଓ ୨୪ ତାରିଖରେ ଭୋଟ୍ ଗଣତି ହେବ।
ତେବେ ସୂଚନାଯୋଗ୍ୟ ଆଗାମୀ ନଭେମ୍ବର୨ତାରିଖରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ସରୁଛି ଏବଂ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ପ୍ରଥମେ ଏହି ଦୁଇ ରାଜ୍ୟରେ ନିୂର୍ବାଚନ କରାଯିବ । ମହାରାଷ୍ଟ୍ରରେ ୮.୯ କୋଟି ଭୋଟର ଥିବାବେଳେ ହରିୟାଣାରେ ୧.୨୮ କୋଟି ଭୋଟର ଅଛନ୍ତି । ହରିୟାଣାରେ ମୋଟ୍୧.୦୩ ଲକ୍ଷ ବାଲାଟ ସେଣ୍ଟର ରହିଛି, ସେହିପରି କହାରାଷ୍ଟ୍ରରେ୧.୮ ଲକ୍ଷ ବାଲାଟ ସେର୍ଟର ରହିଛି । ୧.୨୮ଲକ୍ଷ ସି.ୟୁ ଏବଂ ୧.୩୯ ଳକ୍ଷ ବିବିପେଟ ମେଶିନ୍ ରହିଥିବା ସୂଚନା ହସ୍ତଗତ ହୋଇଛି ।