ମହାନଦୀ ବିବାଦ: ୧୭ରେ ତ୍ରିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ
1 min read
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ତ୍ରିପାକ୍ଷିକ ଆଲୋଚନା ପାଇଁ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ତ୍ରିପାକ୍ଷିକ ଆଲୋଚନା ପାଇଁ ଆସିଥିବା ଚିଠିର ଉତ୍ତରରେ ଆସନ୍ତା ୧୭ ତାରିଖରେ ତ୍ରିପାକ୍ଷିକ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ୧୨ ତାରିଖରେ ରାଜ୍ୟ ସରକାର ଏକ ବୈଠକ କରିବେ । ଉଲ୍ଲେଖଯୋଗ୍ୟ, ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଓ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଦେଖାଦେଇଛି। ଏବେ ଏହି ବିବାଦର ସମାଧାନ ଓ ତ୍ରିପାକ୍ଷିକ ଆଲୋଚନା ପାଇଁ ଓଡ଼ିିଶା, ଛିତଶଗଡ଼ ଓ କେନ୍ଦ୍ର ଜଳସମ୍ପଦ ବିଭାଗ ରାଜି ହୋଇଛନ୍ତି ।