March 23, 2023

ମହାନଦୀ ସୁରକ୍ଷା ଯାତ୍ରା ପ୍ରସଙ୍ଗ: ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ, ସୂର୍ଯ୍ୟଙ୍କ କଥାକୁ ପ୍ରତାପଙ୍କ ଖଣ୍ଡନ

1 min read

ଆଓରି(ତା୨|୫)-ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ବିଜେଡି ଉପ ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନାକୁ ଖଣ୍ଡନ କରିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ।

ଆସନ୍ତା ୭ ତାରିଖରୁ ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ ସୂର୍ଯ୍ୟ ପାତ୍ର। କହିଥିଲେ ଯେ, ମହାନଦୀର ଉଭୟ ପଠାରେ ଶୋଭାଯାତ୍ରା ଓ ସଭା ହେବ। ଦିନ ତମାମ ଶୋଭାଯାତ୍ରା ପରେ ସନ୍ଧ୍ୟାରେ ସଭା ହେବ। ମହାନଦୀ ପ୍ରବାହିତ ୧୫ଟି ଜିଲ୍ଲାରେ ୧୫ ଦିନ ଧରି ସୁରକ୍ଷା ଯାତ୍ରା ଚାଲିବ। କିନ୍ତୁ ସୂର୍ଯ୍ୟଙ୍କ ଏହି ସୂଚନାକୁ ଖଣ୍ଡନ କରିଛନ୍ତି ଦଳର ମୁଖପାତ୍ର ସାଂସଦ ପ୍ରତାପ ଦେବ। ଏହା ତାଙ୍କ ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି।

ପ୍ରତାପ ଆହୁରି ମଧ୍ୟ କହିଛନ୍ତି ଯେ, ମହାନଦୀ ସୁରକ୍ଷା ଆନ୍ଦୋଳନ ରୂପରେଖ ଆଲୋଚନା ହୋଇଛି। ହେଲେ କେବେ ଆରମ୍ଭ ହେବ ଓ କେମିତି ହେବ ସେ ସମ୍ପର୍କରେ ସମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ସୂଚନା ଦିଆଯିବ। ତେଣୁ ଏ ନେଇ ଯିଏ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି। ମହାନଦୀ ସୁରକ୍ଷା ଯାତ୍ରାକୁ ନେଇ ଦଳର ଦୁଇ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.