ମହାନଦୀ ବିବାଦ ରଣନୀତି ପାଇଁ କଂଗ୍ରେସର ସମନ୍ୱୟ କମିଟି ବୈଠକ
1 min read
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଗାମୀ ରଣନୀତି ପ୍ରସ୍ତୁତି ପାଇଁ ଆଜି କଂଗ୍ରେସର ସମନ୍ୱୟ କମିଟି ବୈଠକ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଛି। କଂଗ୍ରେସର ରାଜ୍ୟ ପ୍ରଭାରୀ ବି.କେ.ହରିପ୍ରସାଦ,ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଅନ୍ୟ ବରିଷ୍ଠ ନେତାମାନେ ଏଥିରେ ଯୋଗ ଦେଇଛନ୍ତି।
ପୂର୍ବ କାର୍ଯ୍ୟକାରିଣୀ ବୈଠକରେ ମହାନଦୀ ଓ ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତ କରାଯାଇଥିବା ରଣନୀତି ସମନ୍ୱୟ କମିଟି ବୈଠକରେ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି।
ପଞ୍ଚାୟତ ନିର୍ବାଚନ ଲାଗି ଦଳ ଟାସ୍କ ଫୋର୍ସ କମିଟି ଗଠନ କରି ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଟାସ୍କଫୋର୍ସ କମିଟି ମାଧ୍ୟମରେ ପଞ୍ଚାୟତ ସ୍ତରରେ ବୁଥ୍ କମିଟି ଗଠନ କରିବା ନେଇ ରଣନୀତି ପ୍ରସ୍ତୁତି ହୋଇଛି।
ସେହିପରି ମହାନଦୀ ପ୍ରସଙ୍ଗରେ ଅବବାହିକାରେ ଆନ୍ଦୋଳନ କରିବା ପାଇଁ ଆଜିର ବୈଠକରେ ଦିନ ଧାର୍ଯ୍ୟ ହୋଇପାରେ।