ଜିଲ୍ଲା

ଛତିଶଗଡ଼ରୁ ଭାସି ଆସିଥିବା ଯୁବତୀ ଓଡ଼ିଶାରେ ଉଦ୍ଧାର

ଭୁବନେଶ୍ୱର: ଛତିଶଗଡ଼ ଜିଲ୍ଲାରେ ମହାନଦୀରେ ଭାସି ପ୍ରାୟ ୭୦ କିମି ଯାଏ ନଦୀର ପ୍ରଖର ସ୍ରୋତରେ ଆସି ଜଣେ ଯୁବତୀ ଓଡ଼ିଶାରେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି। ଏହି ଘଟଣା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚନ୍ଦ୍ରହାସିନୀରୁ ମହାନଦୀରେ ଭାସି ଆସିଥିବା ଜଣେ ଯୁବତୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ କୁଶମେଲର କେତେକ ମତ୍ସ୍ୟଜୀବୀ ବୁଧବାର ସକାଳ ସାଢ଼େ ୭ଟାରେ ଉଦ୍ଧାର କରିଛନ୍ତି। ମଂଗଳବାର ସଂଧ୍ୟା ପ୍ରାୟ ୬ଟାରେ ଚନ୍ଦ୍ରହାସିନୀ ମନ୍ଦିରକୁ ଯାଇ ମହାନଦୀ ତଟରେ ହାତଗୋଡ଼ ଧୋଉଥିବା ସମୟରେ ଯୁବତୀ ଜଣକ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ପ୍ରାୟ ୧୩ ଘଣ୍ଟା ରାତିସାରା ୭୦ କିମି ପାଣିରେ ଭାସିବା ପରେ ଜୀବିତ ଉଦ୍ଧାର ହୋଇଛନ୍ତି ଉକ୍ତ ଯୁବତୀ। ତାଙ୍କୁ ଲଖନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଯୁବତୀ ଜଣକ ରାୟଗଡ଼ ଜିଲ୍ଲା ସାରଙ୍ଗଗଡ଼ ଜେଉରା ଗ୍ରାମର ବାପା-ମା’ ଛେଉଣ୍ଡ ସୋନି ଯାଦବ (୧୮) ବୋଲି ଜଣାପଡ଼ିଛି। ସୋନି ଦିନ ମଜୁରିଆ ଭାବରେ କାମ କରନ୍ତି। ସେ ମଙ୍ଗଳବାର ଠିକାଦାରଠାରୁ ଦରମା ପାଇବା ପରେ ବସ ଯୋଗେ ଚନ୍ଦ୍ରାହାସିନୀ ମନ୍ଦିରକୁ ଆସିଥିଲେ। ସନ୍ଧ୍ୟାାରେ ମନ୍ଦିର ତଳେ ଥିଲେ। ମହାନଦୀ ତଟକୁ ଯାଇଥିବା ବେଳେ ଗୋଡ଼ ଖସି ଯାଇଥିଲା। ରାତିସାରା ଭାସମାନ ଅବସ୍ଥାରେ ରହିବା ପରେ ଝାରସୁଗୁଡ଼ା ଜିଲ୍ଲା ବାଦିମାଲ ପଞ୍ଚାୟତ କୁଶମେଲ ଗାଁ ନିକଟରେ ଉଦ୍ଧାର ହେବା ଘଟଣା ଚମତ୍କାର ବୋଲି ସ୍ଥାନୀୟ ଲୋକେ ଚର୍ଚା କରୁଛନ୍ତି। ମତ୍ସ୍ୟଜୀବୀ ସନ୍ତୁ ସିଦାର ଓ ସନ୍ୟାସୀ କାଲୋ ସୋନିଙ୍କ ଡାକ ଶୁଣି ତାଙ୍କୁ ଉଦ୍ଧାର କରିଥିଲେ। ସଂପୂର୍ଣ୍ଣ ଭାବେ ଥରୁଥିବା ଅବସ୍ଥାରେ ୨ ମତ୍ସ୍ୟଜୀବୀ ତାଙ୍କ ପ୍ରାଣ ବଂଚାଇଥିଲେ। ପରେ ଅଚେତ୍‌ ହୋଇଯାଇଥିଲେ ଏବଂ ଘରକୁ ନେଇ ନେଇଆସି ସେବା ଶୁଶ୍ରୁଷା କରିବା ପରେ ସୋନି ଚେତା ଫେରି ପାଇଥିଲେ।
କୁଶମେଲର ଜଗନ୍ନାଥ ଯୁବକ ସଂଘ ରେଙ୍ଗାଲି ଥାନାକୁ ଏନେଇ ସୂଚନା ଦେଲା ପରେ ପୁଲିସ୍‌ ସହାୟତାରେ ସୁରେଶ୍ୱରୀ ସିଦାର, ମିନତି ସିଦାର ଓ ହର ସେଠ ତାଙ୍କୁ ଲଖନପୁର ଡାକ୍ତରଖାନାକୁ ନେଇଥିଲେ। ସୋନି କହିଥିଲେ, ‘ମୁ ପହଁରା ଜାଣିଥିଲି। କିନ୍ତୁ, ଚେଷ୍ଟା ସତ୍ତ୍ୱେ କୂଳକୁ ଆସିପାରି ନଥିଲି। ପାଣି ଟାଣି ନେଉଥିଲା। ମା’ ଚନ୍ଦ୍ରାହାସିନୀ ଜୀବନ ବଂଚାଇ ଦେଲେ’। ଗତକାଲି ଉପରମୁଣ୍ଡରେ ଜୋର୍‌ ବର୍ଷା ହୋଇଥିଲା। ମହାନଦୀର ଏତେ ପାଣି ମଧ୍ୟରେ ସୋନି କଲମା ବ୍ୟାରେଜ ଓ ପୁସୋର ସେତୁ ପାରି ହୋଇ ଜୀବିତ ଉଦ୍ଧାର ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button