ଜିଲ୍ଲାରାଜନୀତି

‘ମହାନଦୀକୁ ମୁଖ୍ୟମନ୍ତ୍ରୀ ବିଜେଡିର ସମ୍ପତ୍ତି ଭାବେ ବ୍ୟବହାର କରୁଥିଲେ’

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟର ସାଧାରଣ ଲୋକ, ସଂଗଠନ ଓ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ମତାମତ ଦେଇପାରିବେ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଆଜି ବିଜେପି ବିଧାୟକ ଦଳ ଦେତା କନକ ବର୍ଦ୍ଧନ ସିଂହଦେଓ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

କେଭି କହିଛନ୍ତି,

ମହାନଦୀ ବିଜୁ ଜନତା ଦଳର ସମ୍ପତ୍ତି ନୁହେଁ। ଏହା ଓଡ଼ିଶାର ଲାଇଫ୍‌ଲାଇନ୍ ଓ ଓଡ଼ିଶାବାସୀଙ୍କ ସମ୍ପତ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ବିଜେଡିର ସମ୍ପତ୍ତି ଭାବେ ବ୍ୟବହାର କରି ଆସୁଥିଲେ। ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ମତାମତ ମାଗି ଦେଖାଇ ହେଉଛନ୍ତି।

ସେ ଆହୁରି କହିଛନ୍ତି,

ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସବୁ ରାଜନୈତିକ ଦଳଗୁଡ଼ିକ ସହିତ ମତ ବିନିମୟ କଲେ ଠିକ୍ ମତା ପାଇବେ। ଓଡ଼ିଶାର ହିତ ଚାହୁଁଥିଲେ ସେ ସବୁ ରାଜନୈତିକ ଦଳ ସହିତ ଏ ପ୍ରସଙ୍ଗରେ ଆଲୋଚନା କରନ୍ତୁ। ସମସ୍ତଙ୍କ ମତାମତ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବା ଉଚିତ୍।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,

୧୭ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ଥିବା କହିଛନ୍ତି। ତା’ପରେ କାହିଁକି ମତାମତ ମାଗୁଛନ୍ତି। ଏହା ଓଡ଼ିଶାବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ମହାପ୍ରତାରଣା। ମହାନଦୀ ପ୍ରସଙ୍ଗରେ ସରକାର ସମସ୍ତଙ୍କୁ ବିଶ୍ୱାସକୁ ନିଅନ୍ତୁ।

ମହାନଦୀ ପ୍ରସଙ୍ଗରେ ଅନ୍ୟମାନେ ମତ ଦେଇପାରିବେ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିବା ପରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କହିଥିଲେ,

ବିଳମ୍ବରେ ହେଲେ ବି ସରକାର ନିଜର ଭୁଲ୍ ବୁଝିପାରିଛନ୍ତି। ଏ ପ୍ରସଙ୍ଗରେ ସରକାର ସର୍ବଦଳୀୟ ବୈଠକ ବି ଡାକି ପାରିଥାଆନ୍ତେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,

ଲୋକଙ୍କ ଆଗରେ ଦେଖାଇ ହେବା ପାଇଁ ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ମତାମତ ଲୋଡ଼ିଛନ୍ତି। ଏହା ମୂଲ୍ୟହୀନ। ଏ ପ୍ରସଙ୍ଗରେ ଏବେବି ସର୍ବଦଳୀୟ ବୈଠକ ଡାକିବା ପାଇଁ ସରକାରଙ୍କ ପାଖରେ ସମୟ ଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button