ରାଜ୍ୟ

ମହାନଦୀର ଜଳ ସଂକଟ ପାଇଁ ୨ୟ ପର୍ଯ୍ୟାୟ ସଂଗ୍ରାମ’ ବିଜେଡି କର୍ମଶାଳାରେ ସଂକଳ୍ପ ଛତିଶଗଡ଼ର ବେଆଇନ୍ କାର୍ଯ୍ୟ ବିରୋଧରେ ଜନସଚେତନତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଆଓରି(ତା୨୪|୪)- ମହାନଦୀରେ ଉପୁଜିଥିବା ସାମ୍ପ୍ରତିକ ସଂଗୀନ ସୁଖା ସ୍ଥିତି ଯୋଗୁ ଓଡ଼ିଶାର ମହାନଦୀ ଅବବାହିକା ଅଞ୍ଚଳର ଜନଜୀବନ ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ଆଜି ମହାନଦୀ ଅବବାହିକାର ୧୫ଟି ଜିଲ୍ଲାର ବିଜେଡି ଜନପ୍ରତିନିଧି ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ କର୍ମଶାଳାରେ ଏ ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଛତିଶଗଡ଼ ବିଜେପି ସରକାରର ମହାନଦୀ ଜଳପ୍ରବାହକୁ ବେଆଇନ୍ ରୋକ ଓ କେନ୍ଦ୍ର ବିଜେପି ସରକାରର ଉଦାସୀନତା ସଂଗ୍ରାମର ନିଷ୍ପତ୍ତି ନିଆଯାଇଛି। ଏଥିରେ ଯୋଗଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପ୍ରତି ଏହି ଅନ୍ୟାୟ ବିରୋଧରେ ଜନସଚେତନତା ସହିତ ଅଧିବାସୀଙ୍କୁ ସଂପୃକ୍ତି କରିବାକୁ ଆହ୍ୱାନ ଦେଇଥିଲେ। ମହାନଦୀ ପାଇଁ ତା’ର ଉପନଦୀ ଇବ୍ ଓ ତେଲ ନଦୀକୂଳରେ ୧୬୫୦୦ ହେକ୍ଟରରୁ ଊର୍ଦ୍ଧ୍ୱ ବନୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ‘ସବୁଜ ମିଶନ’ ଜରିଆରେ ନିଆଯାଉଛି ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button