March 22, 2023

ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ଅସ୍ଥିରତା ସୃଷ୍ଟି ପାଇଁ ଯୋଜନା କରୁଛି ପାକ୍‌ ସେନା; ସ୍ଥିତିର ସମୀକ୍ଷା କଲେ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ

1 min read

ଆଓରି-ଭୁବନେଶ୍ଵର(୦୬/୦୮): ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅପ୍ରତ୍ୟାଶିତ ଘଟଣାକ୍ରମରେ ଗତ ସୋମବାର କେନ୍ଦ୍ର ସରକାର ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ କରିଦେବା ପରେ ଜମ୍ମୁ- କଶ୍ମୀରରେ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି। ତେବେ, ଯେ କୌଣସି ପ୍ରକାରର ପ୍ରତିକୂଳ ପରିସ୍ଥିତିର ମୁକାବିଲା ନିମନ୍ତେ ସରକାର ଜମ୍ମୁ- କଶ୍ମୀରରେ ୫୦ ହଜାରରୁ ଉର୍ଦ୍ଧ୍ୱ ସେନା ଓ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମୁତୟନ କରିଛନ୍ତି। ତେବେ, ଆଜି ସଂସଦର ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ର ସରକାରଙ୍କର ନୂତନ ‘ମିଶନ କଶ୍ମୀର’ରେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ମଧ୍ୟ ସାମିଲ ବୋଲି ବିବୃତି ଦେବା ପରେ ଏବେ ଏହି ମାମଲାରେ ପଡ଼ୋଶୀ ପାକିସ୍ତାନର ହୃତସ୍ପନ୍ଦନ ବଢ଼ି ଯାଇଛି।

ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ହାତ କରି ଭାରତରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ସହ ଭାରତରେ ଅସ୍ଥିରତା ସୃଷ୍ଟି କରିବାରେ ମାହିର ପାକିସ୍ତାନୀ ସେନା ଏବେ ଭାରତ ମଧ୍ୟକୁ ସଂଖ୍ୟାଧିକ ପାକିସ୍ତାନୀ ଆତଙ୍କବାଦୀଙ୍କୁ ପଠାଇବା ଯୋଜନାରେ ରହିଛି। ଏବଂ ପାକ୍‌ ଅଧିକୃତ କଶ୍ମୀରରେ ବହୁ ସଂଖ୍ୟକ ଆତଙ୍କବାଦୀଙ୍କୁ ଆଣି ଠୁଳ କରିଛି। ସେନା ଗୁଇନ୍ଦା ପକ୍ଷରୁ ଏ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ହସ୍ତଗତ ହେବାପରେ ନର୍ଦ୍ଦନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହଙ୍କ ଅଧ୍ୟକ୍ଷତାରେ ଜମ୍ମୁ- କଶ୍ମୀରରେ ସେନା ଓ ଗୁଇନ୍ଦା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବା ସହ ସ୍ଥିତିର ସମୀକ୍ଷା କରାଯାଇଛି। ଯଦି ଆବଶ୍ୟକ ପଡ଼େ ତେବେ, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ୍‌ ମଧ୍ୟ ଜମ୍ମୁ- କଶ୍ମୀର ଆସିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.