ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୭୬ ଟଙ୍କା ୫୦ ପଇସା ବୃଦ୍ଧି
1 min read
ଆଓରି-ନୂଆଦିଲ୍ଲୀ(୦୧/୧୧) : ଦେଶରେ ରନ୍ଧନ ଗ୍ୟାସ ମୂଲ୍ୟ ଲଗାତର ୩ୟ ମାସ ପାଇଁ ବୃଦ୍ଧି ପାଇଛି। ଶୁକ୍ରବାର ନଭେମ୍ବର ୧ରୁ ସିଲିଣ୍ଡର ପିଛା ୭୬ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ବିନା ସବ୍ସିଡୀରେ ମିଳୁଥିବା ୧୪.୨ କିଲୋଗ୍ରାମର ସିଲିଣ୍ଡର ମୂଲ୍ୟ ୬୮୧ ଟଙ୍କା ୫୦ ପଇସା ହୋଇଛି। ସେହିପରି କୋଲକାତାରେ ଏହାର ମୂଲ୍ୟ ୭୦୬ ଟଙ୍କାରେ ପହଞ୍ଚିଥିବାବେଳେ ମୁମ୍ବଇ ଏବଂ ଚେନ୍ନାଇରେ ଯଥାକ୍ରମେ ୬୫୧ ଓ ୬୯୬ ଟଙ୍କା ହୋଇଛି। ଅନ୍ୟପଟେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୧୨୦୪ ଟଙ୍କାରେ ପହଞ୍ଚଥିବାବେଳେ କୋଲକାତାରେ ୧୨୫୮, ମୁମ୍ବଇରେ ୧୧୫୧ ଏବଂ ଚେନ୍ନାଇରେ ୧୩୧୯ ଟଙ୍କା ହୋଇଛି।
ସୂଚନାଯୋଗ୍ୟ, ଅକ୍ଟୋବରରେ ମଧ୍ୟରେ ଗ୍ୟାସ ଦରବୃଦ୍ଧି ହୋଇଥିଲା। ଦେଶର ପ୍ରମୁଖ ମହାନଗରରେ ବିନା ସବ୍ସିଡୀରେ ମିଳୁଥିବା ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି କରାଯାଇଥିଲା।